ପଶ୍ଚିମବଙ୍ଗରେ ଚାଲିଛି ମତଦାନ, ମତାଧିକାର ସାବ୍ୟସ୍ତ କରିବାକୁ ଯୁବବର୍ଗଙ୍କୁ ପିଏମଙ୍କ ଅପିଲ୍

ପଶ୍ଚିମବଙ୍ଗ ୨୭।୩: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଚାଲିଛି । ଆଜି ପଶ୍ଚିମବଙ୍ଗର ୫ ଜିଲ୍ଲାରୁ ୩୦ ବିଧାନସଭା ସିଟ୍ ଓ ଆସାମର ୪୭ ସିଟ୍ ପାଇଁ ମତଦାନ ଜାରି ରହିଛି । ତେବେ ଅଧିକରୁ ଅଧିକ ସଂଖ୍ୟାରେ ଯୁବବର୍ଗଙ୍କୁ ନିଜର ମତସାବ୍ୟସ୍ତ କରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି । ଆମେ ଏଠାରେ କହିରଖୁଛୁ ଯେ ଆସାମରେ ୧୨୬ ବିଧାନସଭା ଆସନ ରହିଛି ।

ସେଥିରୁ ୪୭ ପ୍ରାରମ୍ଭିକ ପର୍ଯ୍ୟାଡରେ ୪୭ ସିଟ୍ ପାଇଁ ଭୋଟଗ୍ରହଣ ଜାରି ରହିଛି । ଏ ସିଟ୍ ସବୁ ଉପର ଆସାମ ଏବଂ ବ୍ରହ୍ମପୁତ୍ରର ଉତ୍ତର ଦିଗର ୧୨ ଜିଲ୍ଲାରେ ରହିଛି ।ସେହିପରି ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଝାରଗ୍ରାମ, ପଶ୍ଚିମ ଏବଂ ପୂର୍ବ ମେଦିନାପୁରେ ୩୦ ସିଟ୍ ପାଇଁ ଭୋଟିଂ ଚାଲିଛି । ବଙ୍ଗର ୩୦ ସିଟରେ ପଟାସପୁର, ଭଗବାନପୁର, ଖେଜୁଡି, କାନ୍ଥି ଉତ୍ତପ ଏବଂ ଦକ୍ଷିଣ, ଏଗରା, ରାମନଗର, ବିନପୁର, ଗୋପୀବଲ୍ଲଭପୁର, ଝାରଗ୍ରାମ, ନୟାଗ୍ରାମ, କେଶିୟାରୀ, ଗଡବେତା, ସାଲବନୀ, ଖଡଗପୁର, ଦାନ୍ତନ, ମେଦିନାପୁର, ବଳରାମପୁର, ବନ୍ଦବାନ୍, ଜଡପୁର, ପୁରୁଲିଆ, ବାନ୍ଧମୁଣ୍ଡି, ମାମାବଜାର, ପାରା, ରଘୁନାଥପୁର, କାଶୀପୁର, ରାଣୀବନ୍ଧ, ରାୟପୁର ଏବଂ ଛାତନା ସିଟ୍ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି ।

ଆସାମରେ ୨୭ ମାର୍ଚ୍ଚ, ଏପ୍ରିଲ ୧ ଏବଂ ୬ରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ସେହିପରି ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ଯେମିତିକି ଏପ୍ରିଲ୍ ୧, ଏପ୍ରିଲ୍ ୬, ଏପ୍ରିଲ୍ ୧୦, ଏପ୍ରିଲ ୧୭, ଏପ୍ରିଲ୍ ୨୨, ଏପ୍ରିଲ୍ ୨୬ ଏବଂ ଏପ୍ରିଲ୍ ୨୯ରେ ହେବ । ଏହି ୨ ରାଜ୍ୟ ସମେତ ଅନ୍ୟ ୫ ରାଜ୍ୟରେ ମେ ୨ରେ ଫଳାଫଳ ଆସିବ ।



from Prameya News7 https://ift.tt/3w3SbO4
ପଶ୍ଚିମବଙ୍ଗରେ ଚାଲିଛି ମତଦାନ, ମତାଧିକାର ସାବ୍ୟସ୍ତ କରିବାକୁ ଯୁବବର୍ଗଙ୍କୁ ପିଏମଙ୍କ ଅପିଲ୍ ପଶ୍ଚିମବଙ୍ଗରେ ଚାଲିଛି ମତଦାନ, ମତାଧିକାର ସାବ୍ୟସ୍ତ କରିବାକୁ ଯୁବବର୍ଗଙ୍କୁ ପିଏମଙ୍କ ଅପିଲ୍ Reviewed by SUBHENDU BARAL on March 26, 2021 Rating: 5

No comments:

Powered by Blogger.