ଜାଲରେ ପଡିଲା ବିରଳ ‘ମାର୍ଲରିନ୍ ଫିସ୍’, ମୟୂର ଭଳି ରହିଛି ପୁଛ, ଏତେ ଟଙ୍କାରେ ହେଲା ନିଲାମ

ଧାମରା,୨୭/୦୩: ଜାଲରେ ପଡିଲା ବିରାଟ ମାଛ । ଖଣ୍ଡା ଭଳି ମୁହଁ ଏବଂ ମୟୂର ପୁଚ୍ଛଭଳି ପର ଥିବା ବିରଳ ମାଛ ଧାମରା ଧୀବରଙ୍କ ଜାଲରେ  ପଡ଼ିଛି । ଏହି ମାଛ ଘଣ୍ଟାକୁ ୧୨୫ କିଲୋମିଟର ବେଗରେ ଯାଇପାରେ । ଧାମରାର ସୁନା ଟ୍ରଲରରେ ବିରଳ ମାଛ ତିନୋଟି ଧରାପଡ଼ିଛନ୍ତି ।

୮ଫୁଟ୍‌ ଲମ୍ବ ଓ ୨୨ କେଜି ଓଜନର ପୁଚ୍ଛଥିବା ମାଛ ତିନୋଟି ଜଣେ ଧୀବରଙ୍କ ଜାଲରେ ପଡ଼ିଥିଲେ । ସୁନା ଟ୍ରଲରଟି ଏହି ମାଛକୁ ଧରି ଚନ୍ଦିନିପାଳ ମାଛ ଧରା ଜେଟିରେ ପହଞ୍ଚିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା ।

ଚନ୍ଦିନିପାଳ ମାଛ କଣ୍ଟାରେ ହାୱାଡ଼ାର ଜଣେ ମାଛ ବେପାରୀ ୫୦ ହଜାର ଟଙ୍କାରେ ଏହାକୁ ନିଲାମ ନେଇଥିଲେ । ଏହି ପ୍ରଜାତିର ମାଛ ପ୍ରଶାନ୍ତ ମହାସାଗରେ ଦେଖାଯାଆନ୍ତି । ବିଶେଷତଃ ଥଣ୍ଡା ଜଳବାୟୁ ଥିବା ଗଭୀର ସମୁଦ୍ରରେ ଏହି ମାଛମାନେ ଆତଯାତ ହୁଅନ୍ତି । କ୍ଷୀପ୍ରଗତିରେ ଏହି ମାଛ ସମୁଦ୍ରରେ ପହଁରି ପାରେ ।

ପ୍ରଶାନ୍ତ ମହାସାଗରରୁ କେବଳ ଜଳବାୟୁ ପରିବର୍ତ୍ତନ ପାଇଁ ଭାରତ ମହାସାଗରକୁ ଆସି ଧାମରା ଧୀବରଙ୍କ ଜାଲରେ ଧରା ଦେଇଛନ୍ତି । ଏହି ମାଛକୁ ମାର୍ଲରିନ୍‌ ଫିସ୍‌ ବୋଲି ହାୱାଡ଼ା ମାଛ ବେପାରୀମାନେ ନାମିତ କରିଛନ୍ତି । ୨୦୧୯ ମସିହାରେ ଏହି ପ୍ରଜାତିର ମାଛ ଧାମରା ଅଞ୍ଚଳରେ ଧରାପଡ଼ିଥିଲେ । ଏବେ ୨୦୨୧ରେ ପୁଣି ଧରାପଡ଼ିଛନ୍ତି ।



from Prameya News7 https://ift.tt/3tVRch2
ଜାଲରେ ପଡିଲା ବିରଳ ‘ମାର୍ଲରିନ୍ ଫିସ୍’, ମୟୂର ଭଳି ରହିଛି ପୁଛ, ଏତେ ଟଙ୍କାରେ ହେଲା ନିଲାମ ଜାଲରେ ପଡିଲା ବିରଳ ‘ମାର୍ଲରିନ୍ ଫିସ୍’, ମୟୂର ଭଳି ରହିଛି ପୁଛ, ଏତେ ଟଙ୍କାରେ ହେଲା ନିଲାମ Reviewed by SUBHENDU BARAL on March 26, 2021 Rating: 5

No comments:

Powered by Blogger.