ଆସିକା(ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଶିଶୁ ହେଲେ ରାଜା ଓ ଶୁଭମ୍। ଉଭୟଙ୍କ ବୟସ ୧୧ ବର୍ଷ ହେବ ବୋଲି ଜଣାପଡ଼ିଛି।
ଉଭୟ ଶିଶୁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ରାଜାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ରାଜା ଓ ଶୁଭମ୍ ଟ୍ୟୁସନ୍ରୁ ଘରକୁ ଫେରିବାବେଳେ ରାସ୍ତାରୁ ଗୋଟିଏ ମୋବାଇଲ୍ ବ୍ୟାଟେରୀ ପାଇଥିଲେ। ବ୍ୟାଟେରୀରେ ତାର ସଂଯୋଗ କରି ଖେଳୁଥିବାବେଳେ ବ୍ୟାଟେରୀଟି ହଠାତ୍ ବିସ୍ଫୋରଣ ହୋଇଥିଲା।
The post ମୋବାଇଲ୍ ବ୍ୟାଟେରୀରେ ଖେଳୁଥିଲେ, ହଠାତ୍ ହେଲା ବିସ୍ଫୋରଣ… appeared first on OTV Khabar..
from OTV Khabar. https://ift.tt/3aaOZ9j
ମୋବାଇଲ୍ ବ୍ୟାଟେରୀରେ ଖେଳୁଥିଲେ, ହଠାତ୍ ହେଲା ବିସ୍ଫୋରଣ… Rajalaxmi Sahoo
Reviewed by SUBHENDU BARAL
on
January 28, 2021
Rating:
No comments: