ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର Rajalaxmi Sahoo

ମାଲକାନଗିରି: ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନାର ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ହୋମଗାର୍ଡଙ୍କ ନାଁ ବନବାସୀ ମହାରଣା। ଗୁରୁତର ଅବସ୍ଥାରେ ତାଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରାୟ ୭୦ରୁ ଅଧିକ ଲୋକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଜଙ୍ଗଲ ରାସ୍ତାଦେଇ ଭାରରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିଲେ। ଖବରପାଇ ବାଲିମେଳା-ମାଥିଲି ରାସ୍ତାରେ ପୋଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଯେଉଁଥିରେ ଜଣେ ହୋମ୍‌ଗାର୍ଡ ଗୁରୁତର ଆହତ ହୋଇଛନ୍ତି।

ଅନ୍ଧାର ରାତି ଥିବାରୁ ଗଞ୍ଜେଇ ଚାଲାଣ କରୁଥିବା ଏହି ଲୋକମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ମାଲକାନଗିରି ଏସ୍‌ପି ମାଥିଲିରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

The post ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର appeared first on OTV Khabar..



from OTV Khabar. https://ift.tt/2DxR4Qe
ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର Rajalaxmi Sahoo ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର Rajalaxmi Sahoo Reviewed by SUBHENDU BARAL on September 05, 2020 Rating: 5

No comments:

Powered by Blogger.