ନୂଆଦିଲ୍ଲୀ: ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଏକ ଉଲ୍କାପିଣ୍ଡ। ଅପରାହ୍ଣ ୨ଟା ୧୦ ମିନିଟ ସମୟରେ 465824 (2010 FR) ଉଲ୍କାପିଣ୍ଡ ବା ଆଷ୍ଟ୍ରଏଡ୍ ପୃଥିବୀ ଦେଇ ଅତିକ୍ରମ କରିବ।
ତେବେ ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ।
ଆକଳନ ଅନୁଯାୟୀ, ଉଲ୍କାପିଣ୍ଡଟିର ବ୍ୟାସ ୧୨୦ରୁ ୨୭୦ ମିଟର। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍କାପିଣ୍ଡକୁ ଟ୍ରାକିଂ କରୁଛନ୍ତି।
ଉଲ୍କାପିଣ୍ଡଟି ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲୁଛି ଓ ପ୍ରତି ୪ରୁ ୬ ବର୍ଷରେ ଥରେ ପୃଥିବୀ ନିକଟରେ ହୋଇଥାଏ ବୋଲି କୁହାଯାଇଛି। ପୂର୍ବରୁ ୨୦୧୬ ମାର୍ଚ୍ଚରେ ଏହା ପୃଥିବୀର ନିକଟତର ହୋଇଥିଲା। ୨୦୨୬ରେ ପୁଣି ଏହା ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।
ସବୁଠାରୁ ବଡ଼ କଥା ଏହି ଉଲ୍କାପିଣ୍ଡର ଆକାର ଇଜିପ୍ଟର The Great Pyramid of Gizaର ଆକାରଠୁ ଦୁଇଗୁଣାରୁ ଅଧିକ।
ଏହି ଉଲ୍କାପିଣ୍ଡ ପୃଥିବୀପୃଷ୍ଠରେ ପଡ଼ିଲେ ମଧ୍ୟ ସେଭଳି କୌଣସି ବିପଦ ଘଟିବାର ଆଶଙ୍କା ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି।
ପଢ଼ନ୍ତୁ: ମାଡ଼ି ଆସୁଛି ଉଲ୍କାପିଣ୍ଡ, ଏଇ ସପ୍ତାହରେ ପୃଥିବୀ ଦେଇ ଅତିକ୍ରମ କରିବ
The post ଆଜି ଅପରାହ୍ଣରେ ପୃଥିବୀ ଦେଇ ଅତିକ୍ରମ କରିବ ଉଲ୍କାପିଣ୍ଡ appeared first on OTV Khabar..
from OTV Khabar. https://ift.tt/2ZaI2QU
No comments: