ଭୁବନେଶ୍ୱର: କୋଭିଡ୍ ଗାଇଡ୍ଲାଇନ୍ସ ମାନି ରାଜ୍ୟରେ ଥିବା ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ ବିଭିନ୍ନ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍କୁ ଚିଠି ଲେଖି ଅବଗତ କରିଛି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ।
କରୋନା ଯୋଗୁ ରାଜ୍ୟରେ ଥିବା ବାର୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ବନ୍ଦ ରହିଥିଲା। କିନ୍ତୁ ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ପଦାର୍ଥ ପାର୍ସଲ ନେବା ପାଇଁ ଅନୁମତି ଥିଲା। ହେଲେ ଏଣିକି ଗ୍ରାହକମାନେ ରେଷ୍ଟୁରାଣ୍ଟ୍ରେ ବସିକି ଖାଇପାରିବେ।
ତେବେ ନିର୍ଦ୍ଧିଷ୍ଟ ଏସ୍ଓପି ତଥା କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଅନୁଯାୟୀ, ରେଷ୍ଟୁରାଣ୍ଟ ଏବଂ ବାର୍ ଗୁଡ଼ିକ ଖୋଲିବାକୁ ପର୍ଯ୍ୟଟନ ବିଭାଗ କହିଛି। କଣ୍ଟେନମେଣ୍ଟ ଜୋନ୍ରେ ଥିବା ରେଷ୍ଟୁରାଣ୍ଟ ଏବଂ ବାର୍ ଖୋଲିବ କି ନାହିଁ, ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ପର୍ଯ୍ୟଟନ ବିଭାଗ ଚିଠିରେ ଦର୍ଶାଇଛି।
The post ଓଡ଼ିଶାରେ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ମିଳିଲା ଅନୁମତି appeared first on OTV Khabar..
from OTV Khabar. https://ift.tt/2Gqj4GD
No comments: