ଆଜି ମହାଳୟା: କୋଭିଡ କଟକଣା ଭିତରେ ପୁରୀରେ ପିଣ୍ଡଦାନ ଦେଉଛନ୍ତି ଶ୍ରଦ୍ଧାଳୁ; ସେପଟେ ସଂବଲପୁରରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ Kanak News

କନକ ବ୍ୟୁରୋ: ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା ସମଲେଶ୍ୱରୀ ଆଜି ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । କୋଭିଡ କଟକଣା ଯୋଗୁଁ ଲକ୍ଷ ଲକ୍ଷ ଭକ୍ତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ମାଙ୍କୁ ଦର୍ଶନ କରୁଛନ୍ତି । ବର୍ଷ ତମାମ ମା ସିନ୍ଦୂର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ମହାଳୟାରେ ସେ ଶ୍ୱେତବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପିତୃପକ୍ଷ ପାଳନର ଶେଷଦିନରେ ମାଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗାଦର୍ଶନର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛିା
ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ବତୀ ବେଶ ବୋଲି ମଧ୍ୟ କୁହାଯାଏ। ବର୍ଷରେ ଥରେ ହେଉଥିବା ମାଙ୍କ ଏହି ବିରଳ ବେଶ ଦର୍ଶନ ପାଇଁ ସବୁବର୍ଷ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥାଏ। ଚଳିତ ବର୍ଷ ଭକ୍ତମାନେ ଘରେ ରହି ଡିଜିଟାଲ ପ୍ଲାଟଫର୍ମରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ୍ ଫେସ୍ବୁକ୍ ପେଜ୍ରେ ମାଙ୍କ ଲାଇଭ୍ ଦର୍ଶନ କରିପାରିବେ ବୋଲି ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।
from Kanak News https://ift.tt/2FHBnqn https://ift.tt/2EbRqMQ

No comments: