ଅପରାଧପ୍ରବଣ ପ୍ରାର୍ଥୀଙ୍କ ପାଇଁ କଠୋର ହେଲେ ନିର୍ବାଚନ କମିସନ: ଅପରାଧ ତାଲିକା ତିନିଟି ପର୍ଯ୍ୟାୟରେ ପ୍ରଚାର ପ୍ରସାର ହେବ Kanak News

କନକ ବ୍ୟୁରୋ: ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ ସେମାନଙ୍କର ଅପରାଧ ପୃଷ୍ଠଭୂମି ସଂପର୍କରେ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲାଗି ଭାରତର ନିର୍ବାଚନ କମିସନ ନିର୍ଦେଶନାମା ଜାରି କରିଛନ୍ତି। ସଂପ୍ରତି ଓଡ଼ିଶାର ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପରନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ଅଂଶଗ୍ରହଣ କରିବେ, ସଂପୃକ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ ତିନିଟି ପର୍ଯ୍ୟାୟରେ ଏହି ତଥ୍ୟ ଦେବାକୁ କୁହାଯାଇଛି। ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଅପରାଧ ପୃଷ୍ଠଭୂମି ପ୍ରସାର କରିବା ବାଧ୍ୟତାମୂଳକ।
ନିର୍ବାଚନ କମିସନ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରିଦିନ ମଧ୍ୟରେ କରାଇବାକୁ ହେବ। ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ତୃତୀୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅର୍ଥାତ୍ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ। ଅପ୍ରତିଦ୍ୱନ୍ଦ୍ବୀ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀଙ୍କର ଅପରାଧପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାରପ୍ରସାର କରାଇବା ନିମନ୍ତେ ନିର୍ବାଚନ କମିସନ ନିର୍ଦେଶ ଦେଇଛନ୍ତି। ଗତ ୧୧ ତାରିଖ ଦିନ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି କରାଯାଇଛି।
from Kanak News https://ift.tt/3c64KP8 https://ift.tt/3ksjpHI
No comments: