ବନ୍ୟା ସ୍ଥିତି ଗମ୍ଭୀର କରୁଛି ବର୍ଷା ପାଣି । ଏବେବି ଅନେକ ପଂଚାୟତ ଜଳମଗ୍ନ, ଜମିରେ ଜମିଛି ଆଣଣ୍ଠୁଏ ଉଚ୍ଚର ପାଣି Kanak News
କନକ ବ୍ୟୁରୋ : ବନ୍ୟାକୁ ବଳି ଯାଇଛି ବର୍ଷା ପାଣି ନିଷ୍କାସନ ସମସ୍ୟା । ବର୍ଷା ଜଳ ପାଣି ନିଷ୍କାସିତ ହୋଇନପାରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବଛରେଇ , ପରକୁଳା , ବନ୍ଧକଟା , ମେହେନ୍ଦିନଗର , ରାଘବପୁର , ଆଖୁଆଦକ୍ଷିଣୀ , ଯମପଡା , କରିଲୋପାଟଣା ପଂଚାୟତ ସହିତ ଗରଦପୁର ବ୍ଲକର ନଡିଆବରେଇ ଇତ୍ୟାଦି ପଂଚାୟତରେ ଦେଖାଦେଇଛି ବନ୍ୟା ପରିସ୍ଥିତି ।
ଏବେ ନଦୀରେ ବନ୍ୟା ପାଣି ନିସ୍କାସିତ ହେଉଥିବାରୁ ମାର୍ଶାଘାଈ ବ୍ଲକ ଅର୍ନ୍ତଗତ ନାରଣପୁର ନିକଟରେ ବାଘୁଣି ସ୍ଲୁଇସ୍ ଗେଟ୍ ବନ୍ଦ ଥିବାରୁ ଚିତ୍ରୋତ୍ପଳା ନଦୀକୁ ବାଘୁଣି ନଦୀର ବର୍ଷା ପାଣି ନିସ୍କାସନ ହୋଇପାରୁ ନାହିଁ । ଫଳରେ ବର୍ଷା ପାଣି ଜମି ରହି ଚାରିଆଡେ ନଦୀର ଭ୍ରମ ସୃଷ୍ଟି କରିଛି । ଜମି ବାଡି ବୁଡିରହି ଧାନ ଫସଲ ସବୁ ନଷ୍ଟ ହୋଇଯାଇଛି । ଗାଁ ଗଣ୍ଡାରେ ପାଣି ପଶି ଯାଇଛି । ଘରେ ପାଣି ପଶିଯିବାରି ଲୋକ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ।
from Kanak News https://ift.tt/3jJQcrl https://ift.tt/2ZJ4npi
ବନ୍ୟା ସ୍ଥିତି ଗମ୍ଭୀର କରୁଛି ବର୍ଷା ପାଣି । ଏବେବି ଅନେକ ପଂଚାୟତ ଜଳମଗ୍ନ, ଜମିରେ ଜମିଛି ଆଣଣ୍ଠୁଏ ଉଚ୍ଚର ପାଣି Kanak News
Reviewed by SUBHENDU BARAL
on
September 02, 2020
Rating:
No comments: