ଆଦିତ୍ୟ ଦାଶ ମୃତ୍ୟୁର ରହସ୍ୟ, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଆଉ ଏକ ମାମଲା ଦାୟର

କଟକ ୦୬।୦୯: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ଉଠାଇବା ଲାଗି ସିବିଆଇ ତଦନ୍ତ ହେବା ଜରୁରୀ । ଏଭଳି ଆବେଦନ ସହିତ ହାଇକୋର୍ଟରେ ଆଉ ଏକ ମାମଲା ଦାଏର ହୋଇଛି । ମାମଲା ଦାୟର କରିଛନ୍ତି ପ୍ରଦୀପ ଧଣ୍ଡିଆ ।

ନିଜ ଆବେଦନରେ ପ୍ରଦୀପ ଦର୍ଶାଇଛନ୍ତି ଯେ, ଗତ ଜୁଲାଇ ୯ ତାରିଖରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଉକ୍ତ ଦିନ ସଂଧ୍ୟା ୬ଟାରୁ ରାତି ୧୦ ଟା ଭିତରେ ଘଟଣା ଘଟିଥିବା ମଧ୍ୟ ସ୍ପଷ୍ଟ ହୋଇସାରିଛି । ହେଲେ ହତ୍ୟା ରହସ୍ୟ ଉପରୁ ଏଵେଵି ପର୍ଦ୍ଦା ଉଠିଲା ନାହିଁ । ଏପରିକି ଜିଆରପି  ଏବଂ କ୍ରାଇମବ୍ରାଞ୍ଚ ଏଦିଗରେ ସମ୍ପୁର୍ଣ୍ଣ ଫେଲ୍‌ ମାରିଛନ୍ତି ।

ତେଣୁ ମାମଲାର ସିବିଆଇ ତଦନ୍ତ ହେଲେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଆଵେଦନକାରି କୋର୍ଟଙ୍କୁ ଦର୍ଶାଇଛନ୍ତି । ମାମଲାରେ ପୋଲିସ ଡିଜି, ଆଇଜି କ୍ରାଇମବ୍ରାଞ୍ଚ ଓ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି । କିଛି ଦିନ ତେଳେ ଆଦିତ୍ୟଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି । ଆଦିତ୍ୟଙ୍କ ପରିବାର ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି ।



from Prameya News7 https://ift.tt/3h2NX0k
ଆଦିତ୍ୟ ଦାଶ ମୃତ୍ୟୁର ରହସ୍ୟ, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଆଉ ଏକ ମାମଲା ଦାୟର ଆଦିତ୍ୟ ଦାଶ ମୃତ୍ୟୁର ରହସ୍ୟ, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଆଉ ଏକ ମାମଲା ଦାୟର Reviewed by SUBHENDU BARAL on September 05, 2020 Rating: 5

No comments:

Powered by Blogger.