ଓଡ଼ିଶା ଅନ୍‌ଲକ୍‌-୩: ବଳବତ୍ତର ରହିବ ରାତ୍ରୀକାଳୀନ କର୍ଫ୍ୟୁ Rajalaxmi Sahoo

ଭୁବନେଶ୍ୱର: ସାରା ଦେଶରେ ଆଜିଠୁ ଅନ୍‌ଲକ୍-ଥ୍ରୀ ଆରମ୍ଭ ହୋଇଛି। ଅନ୍‌ଲକ୍-ଥ୍ରୀରେ କିଛି ସେବାକୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଆଉ କିଛି ସେବା ବନ୍ଦ ରହିଛି।

ଏହି ଆଧାରରେ ଅନ୍‌ଲକ୍-ଥ୍ରୀରେ ଓଡ଼ିଶାରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।  ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଆତଯାତ ବନ୍ଦ ରହିବ। ହେଲେ ରାତ୍ରୀକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ।

ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍ ଜାରି ରହିବ। ଅଗଷ୍ଟ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବା ସହ ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସୁଇମିଂ ପୁଲ୍ ବନ୍ଦ ରହିବ।

ଥିଏଟର, ଆସେମ୍ବ୍ଲି ହଲ୍, ସାମାଜିକ, ରାଜନୈତିକ କାର୍ଯ୍ୟ ଉପରେ କଟକଣା ବଳବତ୍ତର ରହିବ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠପଢ଼ା ବନ୍ଦ ରହିବ। ତେବେ ପରୀକ୍ଷାକୁ ଅନୁମତି ମିଳିଛି। ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲାଯାଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

The post ଓଡ଼ିଶା ଅନ୍‌ଲକ୍‌-୩: ବଳବତ୍ତର ରହିବ ରାତ୍ରୀକାଳୀନ କର୍ଫ୍ୟୁ appeared first on OTV Khabar..



from OTV Khabar. https://ift.tt/39Ihz16
ଓଡ଼ିଶା ଅନ୍‌ଲକ୍‌-୩: ବଳବତ୍ତର ରହିବ ରାତ୍ରୀକାଳୀନ କର୍ଫ୍ୟୁ Rajalaxmi Sahoo ଓଡ଼ିଶା ଅନ୍‌ଲକ୍‌-୩: ବଳବତ୍ତର ରହିବ ରାତ୍ରୀକାଳୀନ କର୍ଫ୍ୟୁ Rajalaxmi Sahoo Reviewed by SUBHENDU BARAL on July 31, 2020 Rating: 5

No comments:

Powered by Blogger.