ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୧୧ରେ ଏକ ନିର୍ମାଣାଧୀନ ବିଲ୍ଡିଂର କିଛି ଅଂଶ ଭୁଶୁଡ଼ି ଯିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଛି। ଗତକାଲି ଏହି ଅଘଟଣ ଘଟିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ବିଲ୍ଡିଂ ନିର୍ମାଣକାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।
ଖବରପାଇ ପୋଲିସ୍ ଓଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ସୂଚନା ଅନୁସାରେ, ଏହି କୋଠାରେ ସୋଲାର୍ ପ୍ୟାନେଲ୍ କାର୍ଯ୍ୟ ଚାଲିଥିବା ବେଳେ କୌଣସି କାରଣରୁ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା। ତଦନ୍ତ ପରେ କୋଠା ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ି। ୟୁପି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
The post କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବିଲ୍ଡିଂ appeared first on OTV Khabar..
from OTV Khabar. https://ift.tt/2EFEM8H
କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବିଲ୍ଡିଂ Rajalaxmi Sahoo
Reviewed by SUBHENDU BARAL
on
July 31, 2020
Rating:
No comments: