ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଘଣ୍ଟାକ ପୂର୍ବରୁ ପ୍ରଶ୍ନପତ୍ର ପଠାଯିବ Rajalaxmi Sahoo

କୋରାପୁଟ: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ହେବ ଏବଂ ଛାତ୍ରଛାତ୍ରୀମାନେ ଘରେ ରହି ଏହି ପରୀକ୍ଷା ଦେବେ।

ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ ଗୁଗୁଲ୍‌ ଫର୍ମସ, ହ୍ୱାଟ୍ସଆପ୍‌, ଇ-ମେଲ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ। ଯଦି ଆବଶ୍ୟକ ହୁଏ, ତେବେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍‌ରେ ପ୍ରଶ୍ନ ଡକାଯିବ। ପରୀକ୍ଷାର ଅବଧି ତିନି ଘଣ୍ଟା ରହିବ।

ଉତ୍ତର ଲେଖି ସାରିବା ପରେ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ପୃଷ୍ଠାର ଫଟୋ କିମ୍ବା ସ୍କାନ୍‌ କରି ୧ ଘଣ୍ଟା ମଧ୍ୟରେ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଇବେ। ଯଦି କୌଣସି କାରଣରୁ ଉତ୍ତରଖାତା ସେପରି ପଠାଯାଇ ନ ପାରିଲା ତେବେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଛାତ୍ରଛାତ୍ରୀ ପଠାଇବେ। କରୋନା ସଂକ୍ରମଣକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

The post ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଘଣ୍ଟାକ ପୂର୍ବରୁ ପ୍ରଶ୍ନପତ୍ର ପଠାଯିବ appeared first on OTV Khabar..



from OTV Khabar. https://ift.tt/2AZK6li
ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଘଣ୍ଟାକ ପୂର୍ବରୁ ପ୍ରଶ୍ନପତ୍ର ପଠାଯିବ Rajalaxmi Sahoo ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଘଣ୍ଟାକ ପୂର୍ବରୁ ପ୍ରଶ୍ନପତ୍ର ପଠାଯିବ Rajalaxmi Sahoo Reviewed by SUBHENDU BARAL on June 10, 2020 Rating: 5

No comments:

Powered by Blogger.