ମୁମ୍ବାଇ ୧୧।୬: ଦେଶରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶର କିଛି ଭାଗରେ ପୁଣି ଥରେ ଲକ୍ ଡାଉନ୍ କଟକଣା କଡାକଡି ଲାଗୁ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ସ୍ଥିତି ବେକାକୁ ହେବାରେ ଲାଗିଛି । ରାଜ୍ୟରେ ଏଯାଏଁ ପାଖାପାଖି ୯୫ ହଜାର କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବାବେଳେ କରୋନା ମହାମାରୀ ଯୋଗୁଁ ୩୫୦୦ ଲୋକଙ୍କର ଜୀବନ ଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୨୫୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ଲକ୍ ଡାଉନ୍ ଲାଗୁ କରିବା ନେଇ କଥା ଉଠାଇଛନ୍ତି ।
ଉଦ୍ଧବ ଠାକରେ କହିଛନ୍ତି ଯେ, ଯଦି ଲୋକେ କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ଲଗାଇଯାଇଥିବା କଟକଣାକୁ ନ ମାନନ୍ତି ତେବେ ରାଜ୍ୟରେ ପୁଣି ଲକ୍ ଡାଉନ୍ ଲାଗୁ କରିବାକୁ ପଡିପାରେ । ସେ ଏହା ମଧ୍ୟ କହିଛନ୍ତି ଉଦ୍ଧବ ଠାକରେ ମୁମ୍ବାଇରେ ଲୋକାଲ ଟ୍ରେନ୍ ପୁଣି ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି । ସଟ୍ ଡାଉନ୍ ଯୋଗୁଁ ଅନେକ ଲୋକ ସେମାନଙ୍କ ଦୈନନ୍ଦିନ କାମ ଆରମ୍ଭ କରିପାରୁନାହାଁନ୍ତି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ସରକାର ‘ମିଶନ ଷ୍ଟାର୍ଟ ଏଗେନ୍’ ପାଇଁ ସତର୍କ ପଦକ୍ଷେପ ନେଉଛନ୍ତି । ଆମେ ଲକ୍ ଡାଉନ୍ କୁ ପର୍ଯ୍ୟାୟକ୍ରମେ ଲାଗୁ କରିଛୁ । ସେହିଭଳି ପର୍ଯ୍ୟାୟକ୍ରମେ ଏହାକୁ ହଟାଯିବା ଉଚିତ । ବିପଦ ଏବେ ମଧ୍ୟ ଟଳିନାହିଁ ।
ସେ କହିଛନ୍ତି ଯଦି ଲକ୍ ଡାଉନ୍ କୋହଳ ଦ୍ବାରା ବିପଦ ସୃଷ୍ଟି ହେବ ତେବେ ଲକ୍ ଡାଉନ୍ ପୁଣି ଲାଗୁ କରିବାକୁ ବାଧ୍ୟ ହେବେ । ମହାରାଷ୍ଟ୍ରର ଜନସାଧାରଣ ସରକାରଙ୍କୁ ସହଯୋଗ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମଧ୍ୟ ପାଳନ କରୁଛନ୍ତି । ତାଙ୍କୁ ବିଶ୍ବାସ ରହିଛି ଯେ, ସରକାର ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ କାମ କରୁଛନ୍ତି ।
ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୦୪୧ରେ ପହଞ୍ଚିଛି । ଏଥିମଧ୍ୟରୁ ୩୪୩୮ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ମହାରାଷ୍ଟ୍ରରେ ୪୬୦୭୪ କରୋନା ଆକ୍ଟିଭ୍ କେସ୍ ରହିଛି । ସେହିପରି ୪୪୫୧୭ ଲୋକ କରୋନରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମୁମ୍ବାଇରେ ୫୨୬୬୭ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୮୫୭ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୬୭ ଲୋକ ସଂକ୍ରମିତ ହୋଇଥିବା ବେଳେ ୯୭ ଜଣଙ୍କର ମୃତ୍ୟୁ ହୋଇଛି ।
from Prameya News7 https://ift.tt/2AXHW5M
No comments: