Part-4: ମୋର ବି ଜଣେ ବୟଫ୍ରେଣ୍ଡ୍ ଅଛନ୍ତି କିନ୍ତୁ…

ଭୁବନେଶ୍ବର୯/୬: ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସଂପର୍କରେ ଦର୍ଶକେ ଉଣାଅଧିକ ଜାଣିଛନ୍ତି। ବିବାଦୀୟ ମନ୍ତବ୍ୟ ହେଉ କିମ୍ବା ପେଣ୍ଡାଲ୍ ଉପରେ ପୋଷାକ ଖୋଲିବା। ଏମିତି କାଣ୍ଡକରି ସେ କେତେବେଳେ ବିବାଦରେ ଛନ୍ଦି ହୋଇପଡ଼ନ୍ତି ତ ପୁଣି କେତେବେଳେ ପେଣ୍ଡାଲ୍‌ରେ ସୁନ୍ଦର ଅଭିନୟ କରି ପ୍ରଶଂସା ସାଉଁଟି ଥାଆନ୍ତି ରାଣୀ। ଖାଲି ବିବାଦ ନୁହେଁ, ସମାଜର ହିତରେ ମଧ୍ୟ ରାଣୀ ବହୁତ ଭଲ କାମ କରିଛନ୍ତି। କିଛିଦିନ ତଳେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ରାଣୀ ୫୦ ହଜାର ଟଙ୍କା ଦାନ କରିଥିଲେ। ଏନେଇ ବିଭିନ୍ନ ମହଲରେ ରାଣୀଙ୍କୁ ପ୍ରଶଂସା କରାଯାଇଥିଲା। କିଛିଦିନ ତଳେ ଏକ ସାକ୍ଷାତକାରରେ ରାଣୀ ପ୍ରଥମ ଥ‌ର କହିଛନ୍ତି, ତାଙ୍କର ଜଣେ ବୟଫ୍ରେଣ୍ଡ୍ ଅଛନ୍ତି। ସବୁ ପରିସ୍ଥିତିରେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ସାଥ୍ ଦେଇଥାଆନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ ଦେବା ପରେ ରାଣୀ ନିଜେ କିପରି ଚଳୁଛନ୍ତି, ତାହା କେହି ଜାଣି ନାହାନ୍ତି। ଚଳିବା ଲାଗି ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ସାହାଯ୍ୟ କରନ୍ତି ବୋଲି ରାଣୀ କହିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ଦୁଃଖସୁଖରେ ସେ ସାଥ୍ ଦେଇଥାଆନ୍ତି। ରାଣୀ କେବେ ବାହା ହେବେ? ଏହି ପ୍ରଶ୍ନର ଉତ୍ତରରେ ରାଣୀ କହିଥିଲେ, ସେ ଭଲ ପାଉଛନ୍ତି ସତ, କିନ୍ତୁ ଭବିଷ୍ୟତରେ ବାହା ହେବା ଲାଗି କିଛି ପ୍ଳାନ୍ ରଖି ନାହାନ୍ତି।



from Prameya News7 https://ift.tt/3f2DPUF
Part-4: ମୋର ବି ଜଣେ ବୟଫ୍ରେଣ୍ଡ୍ ଅଛନ୍ତି କିନ୍ତୁ… Part-4: ମୋର ବି ଜଣେ ବୟଫ୍ରେଣ୍ଡ୍ ଅଛନ୍ତି କିନ୍ତୁ… Reviewed by SUBHENDU BARAL on June 08, 2020 Rating: 5

No comments:

Powered by Blogger.