ଜମ୍ମୁ ଓ କାଶ୍ମୀରରେ ସେନା ସଜାଗ, ଆତଙ୍କରେ ଦିନ କାଟୁଛନ୍ତି ଆତଙ୍କବାଦୀ : ୪ ଦିନରେ ନିପାତ ହେଲେଣି ୧୪ ଆତଙ୍କୀ । Kanak News

ଦକ୍ଷିଣ କାଶ୍ମୀରର ସୋପିୟାଁ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟର ଶେଷ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି ୫ ଜଣ ଆତଙ୍କବାଦୀ । ସୋପିୟାଁ ଜିଲ୍ଲାରେ ଗତ ରବିବାର ଠାରୁ ବୁଧବାର ୪ ଦିନ ଭିତରେ ଏହା ତୃତୀୟ ଏନକାଉଣ୍ଟର । ଏହି ୪ ଦିନ ମଧ୍ୟରେ ୧୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୋପିୟାଁର ସୁଗୁ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ବୁଧବାର ଭୋରରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସିଆରପିଏଫ, ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜିର ମିଳିତ ଅପରେସନରେ ଏହି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ୪ ଦିନ ଭିତରେ ହୋଇଥିବା ୩ଟି ଅପରେସନରେ ହିଜବୁଲ ମୁଜାହିଦ୍ଦିନର ୧୪ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛି ସେନା ।



from Kanak News https://ift.tt/30wxhtK https://ift.tt/2BWxsnN
ଜମ୍ମୁ ଓ କାଶ୍ମୀରରେ ସେନା ସଜାଗ, ଆତଙ୍କରେ ଦିନ କାଟୁଛନ୍ତି ଆତଙ୍କବାଦୀ : ୪ ଦିନରେ ନିପାତ ହେଲେଣି ୧୪ ଆତଙ୍କୀ । Kanak News ଜମ୍ମୁ ଓ କାଶ୍ମୀରରେ ସେନା ସଜାଗ, ଆତଙ୍କରେ ଦିନ କାଟୁଛନ୍ତି ଆତଙ୍କବାଦୀ : ୪ ଦିନରେ ନିପାତ ହେଲେଣି ୧୪ ଆତଙ୍କୀ । Kanak News Reviewed by SUBHENDU BARAL on June 10, 2020 Rating: 5

No comments:

Powered by Blogger.