ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଉଦ୍ଧାର

ଜୟପୁର ୧୧।୬: କୋରାପୁଟ ଜିଲ୍ଲା ଗୁପ୍ତେଶ୍ବର ନିକଟରୁ ବିସ୍ଫୋରକ ସହ ମାଓ ପୁସ୍ତିକା ଜବତ ହୋଇଛି ।କୌଣସି ସୂତ୍ରରୁ ଖବର ପାଇଁ ବୈପାରୀଗୁଡା ପୋଲିସ ଓ BSF ୧୫୧ ବାଟାଲିୟନର ଯବାନମାନେ ମଙ୍ଗଳବାର ରାତିଠାରୁ ଅପରେସନ ଆରମ୍ଭ କରିଥିଲେ ।

ଗୁପ୍ତେଶ୍ବର ନିକଟସ୍ଥ କେନ୍ଦୁଗୁଡାଠାରେ ଥିବା ଏକ ପରିତ୍ୟକ୍ତ ଗାତରୁ ଏସବୁ ସାମଗ୍ରୀ ଉଦ୍ଧାର ହୋଇଛି । ଏ ନେଇ ବୈପାରୀଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର SDPO କହିଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ରାଇଫଲ, ମାଓ ପୁସ୍ତିକା ସହ ବିପୁଳ ପରିମାଣର ବିସ୍ଫୋରକ । ତେବେ ମାଓବାଦୀ କୌଣସି ହିଂସାକାଣ୍ଡ ଘଟାଇବାକୁ ଏ ସବୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି ।



from Prameya News7 https://ift.tt/2UtpwAM
ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଉଦ୍ଧାର ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଉଦ୍ଧାର Reviewed by SUBHENDU BARAL on June 10, 2020 Rating: 5

No comments:

Powered by Blogger.