ଚେନ୍ନାଇ ୨୭।୦୬: ତାମିଲନାଡୁର ନଭେଲିର ଏକ ଛୋଟ ଘରେ ଟି.ମହେଶ୍ୱରନ୍ ନାଏକ ଜଣେ ବ୍ୟକ୍ତି ମୁଡୁକି ବାଣିଜ୍ୟ କରୁଛନ୍ତି । ପ୍ରତିଦିନ ସେ ସେଠାରେ ବସି ନିଜର ବ୍ୟବସାୟ କରିଥାନ୍ତି । ବେପାର ପାଇଁ ନିଜେ ମୁଡୁକି ପ୍ରସ୍ତୁତି କରିବା ଓ ତାକୁ ଏକତ୍ରିତ ଭାବେ ରଖି ପ୍ୟାକେଟ୍ କରିବା ଆଦି କାମ କରୁଛନ୍ତି । ବଜାରରେ ବିକ୍ରି କରିବା ପାଇଁ ମୁଡୁକିକୁ ପ୍ରସ୍ତୁତ କରୁଛନ୍ତି । ମୁଡୁକି ବେପାର କରୁଥିବା ମହେଶ୍ୱରନଙ୍କ ଜୀବନ ଏକ ଥରକେ ପୁରା ଶୀର୍ଷରୁ ତଳକୁ ଖସିଆସିଛି । କିଛି ଦିନ ତଳେ ମହେଶ୍ୱର କୋଏମ୍ୱଟୁରରୁ ଏକ ଇଞ୍ଜିନିୟରି କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ(HoD) ଭାବେ କାର୍ଯ୍ୟରତ ଥିଲେ । ଏପରିକି ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ସେ ଏହି ବିଭାଗର HoD ଭାବେ କାର୍ଯ୍ୟ କରିଆସୁଥିଲେ । ତେବେ ସାରାଦେଶରେ ଯେତେବେଳେ କରୋନା ମହାମାରୀ ଆରମ୍ଭ ହୋଇଥିଲା , ତାଙ୍କୁ ‘ଆଡିମଶନ ଟାର୍ଗେଟ’ରେ ପଠାଯାଇଥିଲା ।
ଆଡମିଶନ ଟାର୍ଗେଟ କ’ଣ?
“ଯଦି କେହି ପାଞ୍ଚଟି ଆଡମିଶନ ଆଣି କରିଥାନ୍ତି , ତେବେ ସେ ନିଜ କାର୍ଯ୍ୟରେ ପୂର୍ବ ପରି ଫେରିପାରିଥାନ୍ତେ । ଅନ୍ୟଥା, ତାଙ୍କୁ ବରଖାସ୍ତ କରାଯାଇଥାଏ । ଫେବୃଆରୀରେ ମହେଶ୍ୱରନ ତାଙ୍କର ଶେଷ ସଂପୃକ୍ତ ଦରମା କଲେଜରୁ ପାଇଥିଲେ । ପରେ ତାଙ୍କୁ କୌଣସି ଦରମା ମିଳିନାହିଁ, ଗତ ୩ରୁ ୪ ମାସ ଧରି ଲୋନ ଦେୟ ଦେବାକୁ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ ମହେଶ୍ୱରନ୍ ଅନ୍ୟ କଲେଜରେ ମଧ୍ୟ ଆବେଦନ କରିଥିଲେ। କିନ୍ତୁ କିଛି ଲାଭମିଳିନଥିଲା । ସେଠାରେ ମଧ୍ୟ କୁହାଯାଇଥିଲା ଯେ “ଯଦି ୩ରୁ ୪ଟି ନୂଆ ଆଡମିଶନ ଯୋଗାଡ କରିଥାନ୍ତେ, ତେବେ ତାଙ୍କ ଚାକିରି ହୋଇପାରିଥାନ୍ତା ବୋଲି ମହେଶ୍ୱରନ କହିଛନ୍ତି । ସେମାନେ ଏଭଳି ଏକ ପ୍ରତିଶ୍ରୁତି ଦେଇଥିଲେ ଯେ, ମୋର ପ୍ରାରମ୍ଭିକ ଦରମା ୧୦,୦୦୦ ଟଙ୍କା ଥିଲା । ବାକି ମୁଁ କେତେ ଆଡମିଶନ କରିପାରିବି ତାହା ଉପରେ ନିର୍ଭର କରିବ। ଏହାପରେ ” ମହେଶ୍ୱରନ୍ ଯଥେଷ୍ଟ ସ୍ଥିର କଲେ ଯେ ଚାକିରି ଛାଡିବା ପାଇଁ , ବର୍ତ୍ତମାନ ମୁଡୁକି ବ୍ୟବସାୟ ଉପରେ ଧ୍ୟାନ ଦେବି ବୋଲି କହିଥିଲେ । ଏଥିପାଇଁ ଯଦିଓ କଠିନ ପରିଶ୍ରମ କରିବାକୁ ପଡିବ, ତେବେ ବି ସେ କରିବେ । ଆଉ ପୂର୍ବ କାମକୁ ଫେରିବେ ନାହିଁ ବୋଲି ସ୍ଥିର କରିଛନ୍ତି ।
ଲକ୍ଡାଉନ୍ ସମୟରେ ଘରେ ରହି ବିଭିନ୍ନ ପ୍ରକାରର ମୁଡୁକି ତିଆରି କରିଥିଲି। ପରେ ମୁଁ ଅନୁଭବ କଲି ଯେ ଏହି ପ୍ରକାରର ଖାଦ୍ୟ ସାମଗ୍ରୀ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ନାହିଁ । ଲକ୍ଡାଉନ୍ ଯୋଗୁଁ ଦୋକାନଗୁଡ଼ିକ ବନ୍ଦ ଥିଲା, ତେଣୁ ଦୋକାନରେ ଦେବା ଅସମ୍ଭବ ହୋଇଥିଲା । କିଛି ଦିନ ପରେ ବଜାରରେ ସ୍ଥାନ ଦେଖିଲି ଏବଂ ଏହାକୁ ବିକ୍ରି କରିବାକୁ ସ୍ଥିର କଲି। ” ଆଜି ମହେଶ୍ୱରନ୍ ତାଙ୍କ ପଡ଼ୋଶୀ ଦୋକାନରେ ପ୍ରତିଦିନ ଚାରି କିଲୋଗ୍ରାମ ମୁଡୁକି ବିକ୍ରି କରୁଛନ୍ତି । ପ୍ରତିଦିନ ୮୦୦ ଟଙ୍କା ରୋଜଗାର କରୁଛନ୍ତି | ମହେଶ୍ୱରନ୍ ସୂଚିତ କରିଛନ୍ତି ଯେ, ଏହି ବ୍ୟବସାୟକୁ ସେ ଖୁବଶୀଘ୍ର ସମ୍ପ୍ରସାରଣ କରିବି ।
ସଙ୍କଟରେ କେବଳ ମହେଶ୍ୱରନ୍ ଏକା ନୁହଁନ୍ତି। ତାଙ୍କ ମତରେ ଅନେକ ବେସରକାରୀ ଇଞ୍ଜିନିୟରିଂ କଲେଜର ଶିକ୍ଷକ ଅଛନ୍ତି । ଯେଉଁମାନେ ବିଶେଷକରି ଗ୍ରାମାଞ୍ଚଳରୁ ଆସୁଥିବା ବ୍ୟକ୍ତି, ଯିଏକି ନିଜ ଜୀବନର ୧୫ରୁ୧୬ ବର୍ଷ ଛାତ୍ରମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ କଲେଜରେ ଚାକିରି କରିଥିଲା , ଏବଂ ଛାତ୍ରାଛାତ୍ରୀଙ୍କ କ୍ୟାରିୟର ପ୍ରସ୍ତୁତ କରିଥିଲା । କିନ୍ତୁ – ସେମାନେ ଏବେ ନିଜର ପାରମ୍ପାରିକ ବ୍ୟବସାୟକୁ ଫେରିଛନ୍ତି । କିଏ ଗାଇ ଗୋରୁ ପାଳୁଛି , ତ ଆଉ କିଏ ଠାକୁର ଦଉଡି ପ୍ରସ୍ତୁତି କରୁଛି । ଲକ୍ଡାଉନ୍ ଯୋଗୁଁ ଅନେକ ଲୋକ ଚାକିରି ହରାଇବସିଛନ୍ତି । ଖାସ୍ କରି ଏହିସବୁ କ୍ଷେତ୍ରରେ ।
from Prameya News7 https://ift.tt/3dGMifg
No comments: