ବେଆଇନ ଚାଲାଣ ଚଢାଉ, ବାଲି ଓ ପଥର ବୋଝେଇ ଟ୍ରକ ଜବତ

ସାଲେପୁର ୦୯।୦୬: ଚୋରା ବାଲି ପଥର ଚାଲାଣ ବେଳେ ୫ଟି ହାଇୱା ଓ ୫ଟି ପଥର ବୋଝେଇ ଟ୍ରକ ଜବତ କରିଛି କଟକ ଜିଲ୍ଲା ପ୍ରଶାସନ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ତହସିଲ ଅଞ୍ଚଳରେ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚୋରା ବାଲି  ପଥର ଟ୍ରକ ବୋଝେଇ ହାଇୱା ଗାଡ଼ିକୁ ଜବତ କରିବା ସହ ତହସିଲ କାର୍ଯ୍ୟାଳୟ ପରିସରରେ ତାଲା ପକାଇ ରଖାଯାଇଛି ।

ସୂଚନାଯୋଗ୍ୟ ଯେ,  ଗତ କାଲି ରାତିରେ ୪ଟି ଚୋରା ବାଲି  ଓ ପଥର ବୋଝେଇ ହାଇୱା ଗୁଡ଼ିକ ଯାଉଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଚାନ୍ଦବାଲି ରାସ୍ତାର ବିଭିନ୍ନ ସ୍ଥାନରେ ଅଟକାଇ ସେଗୁଡିକୁ ଯାଞ୍ଚ କରାଯାଇଥିଲା ।  ସାଲେପୁର ତହଲିଦାର କାର୍ଯ୍ୟାଳୟ ପରିସରରେ ଜବତ ଗାଡି ଗୁଡିକୁ ରଖାଯାଇଛି ।

ଏହି ସବୁ ବେଆଇନ ଭାବେ ବାଲି ପଥର କେନ୍ଦ୍ରାପଡା  ,ପଟ୍ଟାମୁଣ୍ଡାଇ,ପାରାଦୀପ ଅଞ୍ଚଳକୁ ଚାଲାଣ ହେଉଥିଲା । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସ୍ପେଶାଲ ଟିମ୍‌ ଗାଡି ଉପରେ ଚଢ଼ାଉ କରି ଜବତ କରିଥିବା ଜଣାପଡିଛି।  ସାଲେପୁରରେ ପ୍ରତିଦିନ ଶହ ଶହ ଚୋରା ବାଲି ବୋଝେଇ ହାଇୱା ପଥର ଟ୍ରକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଯାତାୟାତ କରିଥାନ୍ତି। ଏଥିପ୍ରତି ଦୃଢ କଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବିହୋଇଛି।



from Prameya News7 https://ift.tt/2XIc7Hc
ବେଆଇନ ଚାଲାଣ ଚଢାଉ, ବାଲି ଓ ପଥର ବୋଝେଇ ଟ୍ରକ ଜବତ ବେଆଇନ ଚାଲାଣ ଚଢାଉ, ବାଲି ଓ ପଥର ବୋଝେଇ ଟ୍ରକ ଜବତ Reviewed by SUBHENDU BARAL on June 08, 2020 Rating: 5

No comments:

Powered by Blogger.