ପରୀକ୍ଷା ବାତିଲ୍ ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ, ଆଜି କୁଳପତି ଏବଂ ଅଧ୍ୟକ୍ଷଙ୍କ ବୈଠକ

ଭୁବନେଶ୍ବର ୧୧।୬: ପରୀକ୍ଷା ବାତିଲ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ଆଜି କୁଳପତି ଏବଂ ଅଧ୍ୟକ୍ଷଙ୍କ ବୈଠକ ଅନୁଷ୍ଠିତ ହେଉଛି । ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ବୈଠକ ଚାଲିବ । ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତିଓ ସମସ୍ତ ସ୍ବୟଂଶାସିତ ତଥା ଡିଗ୍ରୀ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଭିଡିଓ କନଫରେନ୍ସିଂରେ ଅଧ୍ୟକ୍ଷତା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ । 

କରୋନା ପରିସ୍ଥିତିରେ କିଭଳି ପରୀକ୍ଷା ପରିଚାଳନା ହେବ ସେନେଇ ବୈଠକରେ ଆଲୋଚନା ହେବ । ଯୁକ୍ତ ତିନିରେ ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟାର ଭଳି ଷଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ କରିବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ସେହିପରି ପିଜି ଦ୍ବିତୀ ୟ ସେମିଷ୍ଟର ଭଳି ଚତୁର୍ଥ ସେମିଷ୍ଟର ବାତିଲ ପାଇଁ ମଧ୍ୟ ଦାବି କରିଛନ୍ତି । ପରୀକ୍ଷା ବାତିଲ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ  କରିବେ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।



from Prameya News7 https://ift.tt/2XOONHO
ପରୀକ୍ଷା ବାତିଲ୍ ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ, ଆଜି କୁଳପତି ଏବଂ ଅଧ୍ୟକ୍ଷଙ୍କ ବୈଠକ ପରୀକ୍ଷା ବାତିଲ୍ ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ, ଆଜି କୁଳପତି ଏବଂ ଅଧ୍ୟକ୍ଷଙ୍କ ବୈଠକ Reviewed by SUBHENDU BARAL on June 10, 2020 Rating: 5

No comments:

Powered by Blogger.