ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଡୋଶୀ ହତ୍ୟା କରିଥିବା ସନ୍ଦେହ

ଆନନ୍ଦପୁର ୧୧।୬: ପଡୋଶୀ କବଳରୁ ଭାଉଜକୁ ବଞ୍ଚାଇବା ଦିଅର ପାଇଁ ହେଲା କାଳ । ଶେଷରେ ଚାଲିଗଲା ଦିଅରର ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଘସିପୁରା ଥାନା କୁମୁଡ ଗାଁରେ ।

ସୂଚନାଯୋଗ୍ୟ ଯେ, ବୁଧବାର ଗାଁର ଜଣ ମହିଳାଙ୍କୁ ତାଙ୍କ ପଡୋଶୀ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଏହି ସମୟରେ ଦିଅର ଦିବାକର ନାୟକ ମଝିରେ ପଶି କଳି ଛଡାଇଥିଲା । ଏହି କାରଣକୁ କେନ୍ଦ୍ରକରି ଅଯୋଧ୍ୟାଙ୍କ ପୁଅ ସିପୁ ଦିବାକରଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ।

ତେବେ ବୁଧବାର ବିଳମ୍ବିତ ରାତିରେ ଦିବାକରଙ୍କ ମୃତଦେହ ଗାଁ ନିକଟ ଏକ ବିଲରେ ପଡିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସିପୁକୁ ଅଟକ ରଖି ପଚାରା ଉଚାରା କରୁଛି ।



from Prameya News7 https://ift.tt/2Uut99t
ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଡୋଶୀ ହତ୍ୟା କରିଥିବା ସନ୍ଦେହ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଡୋଶୀ ହତ୍ୟା କରିଥିବା ସନ୍ଦେହ Reviewed by SUBHENDU BARAL on June 10, 2020 Rating: 5

No comments:

Powered by Blogger.