ଆଶା ଛାଡିଦେଇଥିଲେ ବାପା, କିନ୍ତୁ ନିଖୋଜ ହେବାର ବର୍ଷେ ପରେ ଉଦ୍ଧାର ହେଲେ ନାବାଳିକା

ରାଉରକେଲା ୧୦।୬: ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା କୁମକେଲା ଗାଁର ୧୬ ବର୍ଷ ବୟସ୍କ ନାବାଳିକା ଏକ ବର୍ଷ ତଳେ ନିକଟ ଗାଁ ଚନ୍ଦ୍ରପୁରକୁ ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରିବା ବେଳେ ନିଖୋଜ ହୋଇଯାଇଥିଲା । ନାବାଳିକା ନିଖୋଜ ହେବାପରେ ବାପା ଅନେକ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା । ଏ ନେଇ ନାବାଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିନଥିଲେ । ଶେଷରେ ଝିଅକୁ ପାଇବା ଆଶା ଛାଡିଦେଇଥିଲେ ।

କିନ୍ତୁ ୪ ଦିନ ତଳେ ନାବାଳିକାଙ୍କ ବାପାଙ୍କ ନିକଟରେ ପହଞ୍ଚିଥିଲା ସୁନ୍ଦରଗଡ ଚାନ୍ଦିପୋଷ ପୋଲିସ । ନିଖୋଜ ନାବାଳିକା ମିଳିଥିବାର ଖବର ଦେବା ସହ ନିଖୋଜ ନାବାଳିକାଙ୍କ ଫଟୋ ବାପାଙ୍କୁ ଦେଖାଇବାରୁ ସେ ନିଜ ଝିଅକୁ ଚିହ୍ନି ପାରିଥିଲେ ।

ଖୋର୍ଦ୍ଧା ଜିଲ୍ଲା ସିଡବ୍ଲୁସି ନିଖୋଜ ନାବାଳିକାଙ୍କୁ ଉଦ୍ଧାର  କରିବା ସହ ବୟାନ ରେକର୍ଡ କରିବା ପରେ  ନିଜ ହେପାଜତରେ ଏକ ସେଲଟର ହୋମରେ ରଖାଯାଇଛି । ସଂପୃକ୍ତ ନାବାଳିକାଙ୍କୁ ରାଉରକେଲା ଆଣିବା ପାଇଁ ବ୍ୟବସ୍ଥା ଚାଲିଛି । ଖୋର୍ଦ୍ଧା ଜିଲ୍ଲା  ସିଡବ୍ଲୁସି  ସୁନ୍ଦରଗଡ଼ ଜିଲ୍ଲା ସିଡବ୍ଲୁସି ସହ ଯୋଗାଯୋଗ କରିସାରିଛି । 

ନାବାଳିକାଙ୍କ ନିଖୋଜ ନେଇ ସୁନ୍ଦରଗଡ଼ ସିଡବ୍ଲୁସି ଅଧ୍ୟକ୍ଷ କହିଛନ୍ତି ନିଖୋଜ ନାବାଳିକା ଆସି ରାଉରକେଲାରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହେବ । କେଉଁ ପରିସ୍ଥିତିରେ ନାବାଳିକା ନିଖୋଜ ହୋଇଥିଲେ ନିଖୋଜ ପଛର କଣ କାରଣ ରହିଛି । ଯଦି କୌଣସି ପ୍ରଲୋଭନ ଦେଖାଇ କିମ୍ବା ନାବାଳିକାଙ୍କୁ ଖରାପ ଉଦ୍ଦେଶ୍ୟରେ ଅପହରଣ କରାଯାଇଥାଏ ତାହେଲେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।



from Prameya News7 https://ift.tt/2UvKQFI
ଆଶା ଛାଡିଦେଇଥିଲେ ବାପା, କିନ୍ତୁ ନିଖୋଜ ହେବାର ବର୍ଷେ ପରେ ଉଦ୍ଧାର ହେଲେ ନାବାଳିକା ଆଶା ଛାଡିଦେଇଥିଲେ ବାପା, କିନ୍ତୁ ନିଖୋଜ ହେବାର ବର୍ଷେ ପରେ ଉଦ୍ଧାର ହେଲେ ନାବାଳିକା Reviewed by SUBHENDU BARAL on June 09, 2020 Rating: 5

No comments:

Powered by Blogger.