ଲକ୍‌ଡାଉନ୍‌ କଟକଣା: ନୂଆ ନିର୍ଦ୍ଦେଶନାମା ଜାରି କଲା ଭଦ୍ରକ ଜିଲ୍ଲା ପ୍ରଶାସନ OTV KHABAR BUREAU

ଭଦ୍ରକ: ଲକ୍‌ଡାଉନ୍‌ କଟକଣାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣାକୁ କୋହଳ କରାଯାଇଛି।

କଟକଣା ଅବଧି ସମୟରେ ଇଲେକ୍ଟ୍ରିକ୍‌ସିଆନ୍‌, ଆଇଟି ରିପାୟାର, ପ୍ଲମ୍ବର, ମୋଟର ମେକାନିକ୍ ମାନଙ୍କୁ ହୋମ୍ ସର୍ଭିସ ସେବା ପ୍ରଦାନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା, ମାସ୍କ ପରିଧାନ ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ତେବେ କଣ୍ଟେନମେଣ୍ଟ ଜୋନ୍ ଓ ଅନ୍ୟ ଅଞ୍ଚଳରେ ଯେଉଁଠି କଟକଣା ଲାଗୁ ହୋଇଛି ସେହି ଅଞ୍ଚଳରେ ଏହି ସବୁ ସେବା ପ୍ରଦାନ କରାଯିବନାହିଁ।



from OTV Khabar. https://ift.tt/2SiEDMh
ଲକ୍‌ଡାଉନ୍‌ କଟକଣା: ନୂଆ ନିର୍ଦ୍ଦେଶନାମା ଜାରି କଲା ଭଦ୍ରକ ଜିଲ୍ଲା ପ୍ରଶାସନ OTV KHABAR BUREAU ଲକ୍‌ଡାଉନ୍‌ କଟକଣା: ନୂଆ ନିର୍ଦ୍ଦେଶନାମା ଜାରି କଲା ଭଦ୍ରକ ଜିଲ୍ଲା ପ୍ରଶାସନ OTV KHABAR BUREAU Reviewed by SUBHENDU BARAL on April 28, 2020 Rating: 5

No comments:

Powered by Blogger.