ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ୧୧୯ ନଂ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ବୃଦ୍ଧ। ସେ ୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ।
First Health Update, 29tth April, 2020
One positive in Bhubaneswar
77 Yrs MaleMadhusudan Nagar
Close relative of Case No. 41(Contact tracing and follow-up action is being done.)
Total Positive Case: 119
— I & PR Department, Odisha (@IPR_Odisha) April 29, 2020
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪୨୧ଟି ସାମ୍ପଲ୍ ଟେଷ୍ଟ ହୋଇଛି। ଏଯାବତ୍ ମୋଟ୍ ୨୯ ହଜାର ୧୦୮ଟି ସାମ୍ପଲ୍ ଟେଷ୍ଟ ହେଲାଣି।
from OTV Khabar. https://ift.tt/3eXbCjb
No comments: