ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି।
ଏହି ନୂଆ ୫ କରୋନା ଆକ୍ରାନ୍ତ ବାଲେଶ୍ୱରର ବୋଲି ସୂଚନା ମିଳିଛି। ଆଜିର ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇ ଥିବାବେଳେ ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ୍ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ୭୨ ଜଣ ଚିକିତ୍ସାଧୀନ ଅଛନ୍ତି। ୩୫ ଜଣ ଏବେ ଯାଏ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲା ଅର୍ଥାତ ଭୁବନେଶ୍ୱରରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦ୍ୱିତୀୟ ସର୍ବାଧିକ ଯାଜପୁରରେ ୧୮ ଏବଂ ଭଦ୍ରକରେ ୧୬ ଜଣ ଚିହ୍ନଟ ହୋଇଛନ୍ତି।
ଶନିବାର ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ, ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ନୂଆ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୁନ୍ଦରଗଡ଼ର ୩ ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ତେବେ ପୂର୍ବରୁ ଆକ୍ରାନ୍ତ ଥିବା ୩ ଜଣ ସୁସ୍ଥ ହୋଇ ସାରିଛନ୍ତି।
ସେହିପରି ଗତକାଲି ଭୁବନେଶ୍ୱରର ଆଉ ଜଣେ କରୋନାରୁ ଆରୋଗ୍ୟ ଲାଭ କରିଥିବା ସରକାର ସୂଚନା ଦେଇଛନ୍ତି। ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ଚିକତ୍ସା ପରେ ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ମେଡିକାଲରେ ଏବେ ବି ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ଭଲ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି।
from OTV Khabar. https://ift.tt/2Y6pJws
No comments: