ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଏହି ନୂଆ ୫ କରୋନା ଆକ୍ରାନ୍ତ ବାଲେଶ୍ୱରର ବୋଲି ସୂଚନା ମିଳିଛି। ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ, ରାଜ୍ୟର ଆଉ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ଚିନ୍ତାଜନକ ତଥ୍ୟ ଆସିଛି। ଯାଜପୁରର ୬ ଜଣଙ୍କଠାରେ ପ୍ରାୟ ମାସେ ଯାଏ କୌଣସି କରୋନା ଲକ୍ଷଣ ଦେଖାଯାଇ ନ ଥିବାବେଳେ ସୁନ୍ଦରଗଡ଼ର ୨ ନୂଆ ଆକ୍ରାନ୍ତଙ୍କ ସହ ୫୧ ନମ୍ବର ନିଜାମୁଦ୍ଦିନ ଫେରନ୍ତାଙ୍କ ଲିଙ୍କ ଥିବା ଅନୁମାନ କରାଯାଉଛି। ଯାଜପୁର ଜିଲ୍ଲାର ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ର ନୂଆ ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ରାଜ୍ୟ ସରକାର।
କେସ୍ ନମ୍ବର ୯୫ରୁ ୧୦୨ ପର୍ଯ୍ୟନ୍ତ ୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦିଆଯାଇଛି ସେଥିରୁ ଜଣାପଡ଼ିଛି ଯେ, ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। କେବଳ ପଶ୍ଚିମବଙ୍ଗରୁ ଫେରି ଥିବାରୁ ସେମାନଙ୍କ ନମୁନା ପରୀକ୍ଷା ହୋଇଥିଲା, ଯେଉଁଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଗୁଡ଼ଗୁଡ଼ ଯୋରର ୧୦୧ ଓ ୧୦୨ ନମ୍ବର ଆକ୍ରାନ୍ତ ୬୯ ନମ୍ବର ଆକ୍ରାନ୍ତଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ୧୦୧ ନମ୍ବର ଆକ୍ରାନ୍ତ ତାଙ୍କ ନିକଟ ସଂପର୍କୀୟ ହୋଇଥିବା ବେଳେ, ୧୦୨ ନମ୍ବର ତାଙ୍କ ପଡ଼ୋଶୀ।
୬୯ ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପଡ଼ୋଶୀ ବୋଲି ଦର୍ଶାଯାଇଥିଲା। ପୂର୍ବରୁ ବିଶ୍ରା ଅଞ୍ଚଳର ୫୧ ନମ୍ବର ଆକ୍ରାନ୍ତ ନିଜାମୁଦ୍ଦିନ ଯାଇ ଏବଂ ୫୨ ନମ୍ବର ଆକ୍ରାନ୍ତ ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ।
from OTV Khabar. https://ift.tt/2KOFG2F
No comments: