ଘୁଞ୍ଚିଲା ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନ ପତ୍ର ଦାଖଲ ତାରିଖ OTV KHABAR BUREAU

ନୂଆଦିଲ୍ଲୀ: ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

NCHM JEE ,ICAR, JNU ପ୍ରବେଶିକା ପରୀକ୍ଷା ଓ IGNOU ପିଏଚ୍‌ଡି ଓ OPENMAT(MBA) ଏଣ୍ଟ୍ରାସ୍‌ ପାଇଁ ଅନ୍‌ଲାଇନ୍‌ ‌ଆବେଦନର ଅବଧିକୁ ମେ’ ୧୫ ଯାଏ ବଢାଇ ଦିଆଯାଇଛି। ତେବେ ଅଲ୍‌ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ଏଣ୍ଟ୍ରାସ୍‌ ଟେଷ୍ଟ ପାଇଁ ଅନ୍‌ଲାଇନ୍‌ ‌ଆବେଦନର ଅବଧିକୁ ଜୁନ ୫ ଯାଏ ବୃଦ୍ଧି କରାଯାଇଛି।

ମେ ୧୫ ପରେ ସ୍ଥିତିକୁ ଦେଖି ଆଡମିଟ୍ କାର୍ଡ ଡାଉନଲୋଡ କରିବା ଓ ପରୀକ୍ଷାର ସଂଶୋଧିତ ତାରିଖ ସମ୍ପର୍କରେ ବିସ୍ତୃତ କାର୍ଯ୍ୟସୂଚୀ ସମ୍ପୃକ୍ତ ପରୀକ୍ଷାର ୱେବ୍‌ସାଇଟ୍‌ ଗୁଡ଼ିକରେ ଏବଂ www.nta.ac.inରେ ଉପଲ୍ଲବ୍ଧ ହେବ।

କୋଭିଡ-୧୯ ଯୋଗୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ତାରିଖ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୱଲ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।



from OTV Khabar. https://ift.tt/35jvjNH
ଘୁଞ୍ଚିଲା ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନ ପତ୍ର ଦାଖଲ ତାରିଖ OTV KHABAR BUREAU ଘୁଞ୍ଚିଲା ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନ ପତ୍ର ଦାଖଲ ତାରିଖ OTV KHABAR BUREAU Reviewed by SUBHENDU BARAL on April 30, 2020 Rating: 5

No comments:

Powered by Blogger.