ଲକ୍ଡାଉନ୍ର ସୁଯୋଗ ନେଉଛନ୍ତି ଅନ୍ଲାଇନ୍ ଠକ : : ଫେକ୍ ମେସେଜରୁ ଦୂରେଇ ରୁହନ୍ତୁ, ଠକାମିରୁ ବଞ୍ଚନ୍ତୁ Kanak News
କନକ ବ୍ୟୁରୋ : ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍ ବିରୋଧରେ ଲଢ଼େଇ କରୁଥିବା ବେଳେ ଏହାର ସୁଯୋଗ ନେଉଛନ୍ତି କିଛି ଅନ୍ଲାଇନ୍ ଠକ । ଏହି ଠକମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ଅନ୍ଲାଇନ୍ରୁ ଟଙ୍କା ଓ ତଥ୍ୟ ଚୋରି କରୁଛନ୍ତି। କରେନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ ପାଇଁ ଲୋକେ ଘରେ ବସିବା କାରଣରୁ ଅଧିକାଂଶ ସମୟ ଅନ୍ଲାଇନ୍ରେ ବିତାଉଛନ୍ତି।
ଏହାର ସୁଯୋଗ ନେଇ ଅନେକ ଅନ୍ଲାଇନ୍ ସାଇଟ୍ ଓ ଆପ୍ ସାଧାରଣ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି। ନିଜ ବିଷୟରେ ସବିଶେଷ ତଥ୍ୟ ଦେଲେ କିମ୍ବା ଆପ୍କୁ ଡାଉନ୍ଲୋଡ୍ କଲେ ସଂପୃକ୍ତ ଅଞ୍ଚଳରେ ଥିବା କୋଭିଡ-୧୯ ଆକ୍ରାନ୍ତଙ୍କ ସଂପର୍କା ଆପ୍ ବା ୱେବ୍ସାଇଟ୍ ପକ୍ଷରୁ ସୂଚୀତ କରାଯିବ ବୋଲି କୁହାଯାଉଛି। ଫଳରେ ଅନେକ ଜଣ ଏପରି ଅନ୍ଲାଇନ୍ ଠକମାନଙ୍କୁ ନଚିହ୍ନି ପାରିବାରୁ ଅନ୍ଲାଇନ୍ ଠକାମିର ଶିକାର ହେଉଛନ୍ତି।
from Kanak News https://ift.tt/2VRNZRl https://ift.tt/3aRFdHr
ଲକ୍ଡାଉନ୍ର ସୁଯୋଗ ନେଉଛନ୍ତି ଅନ୍ଲାଇନ୍ ଠକ : : ଫେକ୍ ମେସେଜରୁ ଦୂରେଇ ରୁହନ୍ତୁ, ଠକାମିରୁ ବଞ୍ଚନ୍ତୁ Kanak News
Reviewed by SUBHENDU BARAL
on
April 30, 2020
Rating:
No comments: