ଆଉ ୭ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଲା Minati Mishra

ଭୁବନେଶ୍ୱର: ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ଆକ୍ରାନ୍ତ ୭ ଜଣଙ୍କ ମଧ୍ୟରୁ ୩ ଜଣ ଭଦ୍ରକ ଓ ୪ଜଣ ସୁନ୍ଦରଗଡ ଜିଲ୍ଲାର। ଏଡାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି।  ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଏଥିସହିତ  ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସୁନ୍ଦରଗଡ ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଜିଲ୍ଲାରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ୟା ୭ ରହିଛି।

ତେବେ ଏହି ୭ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କ’ଣ ଏବଂ ଏମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ସୂଚନା ଥାଉ କି, ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ୮ଜଣ ଚିହ୍ନଟ ହୋଇଥିଲେ। ଆଜିର ୫ ଜଣଙ୍କୁ ମିଶାଇ ୨୪ ଘଣ୍ଟାରେ ୧୩ କରୋନା ପଜିଟିଭ ଚିହ୍ନଟ ହେଲାଣି।



from OTV Khabar. https://ift.tt/2W7mnGX
ଆଉ ୭ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଲା Minati Mishra ଆଉ ୭ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଲା Minati Mishra Reviewed by SUBHENDU BARAL on April 27, 2020 Rating: 5

No comments:

Powered by Blogger.