ଭୁବନେଶ୍ୱରରେ ଜରୁରୀ ସାମଗ୍ରୀ ଦୋକାନ ସହିତ ଖୋଲା ରହିବ ଏହି ସମସ୍ତ ଦୋକାନ: ସାମଗ୍ରୀର ପରିବହନ ହେବ ରାତିରେ, ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ Kanak News
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ତାଲା ବନ୍ଦ କଟକଣା । କେବଳ ବିଏମସି ଅଧୀନରେ ଆସୁଥିବା ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡିକ ଖୋଲାରଖିବା ପାଇଁ ଅନୁମତି ରହିଛି । ତେବେ ଏହି ଦୋକାନ ବ୍ୟତୀତ, ସିମେଂଟ, ରଡ୍ସ, ପାଇପସ, ବାଲି, ଇଟା, ବିକ୍ରି କରୁଥିବା ଦୋକାନ ମଧ୍ୟ ଖୋଲା ରହିପାରିବ ବୋଲି ଟୁଇଟ୍ କରି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏସବୁ ସାମଗ୍ରୀର ପରିବହନ କେବଳ ରାତି ସମୟରେ ହେବ । ଏହି ନିୟମକୁ ଯିଏ ଅମାନ୍ୟ କରିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ବିଏମସି ।
Special Announcement!
The lockdown restriction continues in #Bhubaneswar to contain the spread of #COVID19.
Only shops selling essential items have been allowed to stay open in areas under BMC jurisdiction.#StayHome #StaySafe@CMO_Odisha @SecyChief @SarangiSudhansu pic.twitter.com/bqkd2DS4oz
— BMC (@bmcbbsr) April 27, 2020
ଅନ୍ୟପଟେ, ମେ ୩ ତାରିଖରେ ତାଲା ବନ୍ଦ ଖୋଲିବ ନା ନାହିଁ । ଆଉ ୩ ତାରିଖ ପରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ଏବେ ତା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି । ତେବେ ଏହାରି ଭିତରେ ମିଳିଥିବା ସୂଚନା ଅନୁସାରେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ପବ୍ଲିକ ଟ୍ରାନସଫୋର୍ଟ, ସପିଂମଲସ ମେ ୩ ତାରିଖ ପରେ ମଧ୍ୟ ବନ୍ଦ ରହିବ । ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ କନଫରେନସିଂ ମାଧ୍ୟମରେ ୩ ଘଂଟାର ଆଲୋଚନା ପରେ ଏହି ଇସାରା ମିଳିଛି ।
ଗ୍ରୀନ ଜୋନ ବା ସବୁଜ ଜୋନରେ ଥିବା ଜିଲ୍ଲା ଗୁଡିକରେ ବେସରକାରୀ ଗାଡି ଗୁଡିକୁ ଚଳାଚଳ କରିବା ପାଇଁ ଅନୁମତି ମିଳିପାରେ ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ମାସ ୧୫ ତାରିଖ ପରେ କିଛି ସ୍ଥାନ ମଧ୍ୟରେ ଟ୍ରେନ ଏବଂ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି । ଜନସାଧାରଣ ସର୍ବସାଧାରଣ ସ୍ଥାନରେ ଏକାଠି ହେବା, ସାମାଜିକ ଏକତ୍ରିକରଣ ଉପରେ ପୂର୍ବରୁ ଲାଗିଥିବା କଟକଣା ବଳବତର ରହିବ । ତେବେ ତାଲା ବନ୍ଦ ସଂକ୍ରାନ୍ତୀୟ ଚୂଡାନ୍ତ ନିଷ୍ପତି ଏହି ସପ୍ତାହ ଶେଷରେ ନିଆଯିବ ବୋଲି ସୂଚନା ମିଳିଛି ।
from Kanak News https://ift.tt/2W4KtC3 https://ift.tt/2xdyqKi
No comments: