ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩୩ ହଜାର ହେଲେଣି ଆକ୍ରାନ୍ତ, ମହାରାଷ୍ଟ୍ରର ସ୍ଥିତି ଜଟିଳ Kanak News

କନକ ବ୍ୟୁରୋ :  ଭାରତରେ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଛି। ଦିନକୁ ଦିନ ମାମଲା ବଢ଼ିବାରେ ଲାଗିଛି। କରୋନା ଯୋଗୁଁ ଦେଶରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋ‌ଇଛି ମହାରାଷ୍ଟ୍ର। ଗତ ୨୪ ଘଣ୍ଟା ମଧ୍ୟ‌ରେ ମହାରାଷ୍ଟ୍ରରେ ପୁଣି ୫୯୭ ନୂଆ ମାମଲା ସ୍ପଷ୍ଟ ହୋଇଛି। ଏଥିସହ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ ଛୁଇଁବ। ମହାରାଷ୍ଟ୍ରରେ ଏବେ ମୋଟ୍‌ ମାମଲା ‌ହେଉଛି ୯,୯୧୫। କେବଳ ମୁମ୍ବାଇରେ ବୁଧବାର ଦିନ ୪୭୫ ଟି ମାମଲା ଚିହ୍ନଟ କରାଯାଇଛି। ମୁମ୍ବାଇରେ ମୋଟ୍‌ ମାମଲା ୬,୬୪୪ରେ ପହଞ୍ଚିଥିବା ବେଳେ ଏହା ଏବେ ଦେଶରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମହାରାଷ୍ଟ୍ରରେ ବୁଧବାର ଦିନ କରୋନାରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଗୋଟିଏ ଦିନରେ ସବୁଠୁ ଅଧିକ। ଏହି ୩୨ଟି ମୃତ୍ୟୁରୁ ୨୬ଟି ମୁମ୍ବାଇରେ ରହିଛି।

ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୭୧୮ଟି ନୂଆ ମାମଲା ରେକର୍ଡ କରାଯାଇଛି। ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୦୭୫ରେ ପହଞ୍ଚିଛି ଏବଂ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୩୩ ହଜାର ୬୧୦ରେ ପହଞ୍ଚିଛି। ଦେଶରେ ଏବେ ସକ୍ରିୟ କୋଭିଡ୍‌ ମାମଲା ରହିଛି ୨୪ ହଜାର ୧୬୨ ଏବଂ ୮,୩୭୩ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ବାଦ୍‌ ଗତକାଲି ଗୁଜରାଟରେ ୧୬, ମଧ୍ୟପ୍ରଦେଶରେ ୧୦, ଉତ୍ତରପ୍ରଦେଣରେ ୩, ତାମିଲନାଡ଼ୁ ଏବଂ ଦିଲ୍ଲୀରୁ ୨ , କର୍ଣ୍ଣାଟକରୁ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା ମହାରାଷ୍ଟ୍ରରେ ସବୁଠୁ ଅଧିକ ରହିଛି। ମହାରାଷ୍ଟ୍ରରେ ୪୩୨ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି। ମହାରାଷ୍ଟ୍ର ପଛକୁ ଗୁଜରାଟରେ ୧୯୭, ମଧ୍ୟପ୍ରଦେଶରେ ୧୨୯ , ଦିଲ୍ଲୀରେ ୫୬ , ରାଜସ୍ଥାନରେ ୫୧, ଉତ୍ତରପ୍ରଦେଶରେ ୩୯ ଏବଂ ଆନ୍ଧ୍ରପ୍ରଦେଶରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡ଼ୁରେ ୨୭, ତେଲେଙ୍ଗାନାରେ ୨୬, ପଶ୍ଚିମବଙ୍ଗରେ ୨୨ , କର୍ଣ୍ଣାଟକରେ ୨୧ ଏବଂ ପଂଜାବରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ କ‌ରୋନ‌ା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସବୁଠୁ ଅଧିକ ରହିଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୧୫ ଥିବାବେଳେ ଏହା ପଛକୁ ଗୁଜରାଟରେ ୪,୦୮୨, ଦିଲ୍ଲୀରେ ୩,୪୩୯,‌ ମଧ୍ୟପ୍ରଦେଶରେ ୨,୫୬୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୩୮ ଥିବାବେଳେ ତାମିଲନାଡ଼ୁରେ ୨,୧୬୨, ଉତ୍ତରପ୍ରଦେଶରେ ୨,୧୩୪ ରହିଛି। ସେହିପରି ଆନ୍ଧ୍ରପ୍ରଦେଶ‌ରେ ମାମଲା ୧,୩୩୨ ପହଞ୍ଚିଥିବା ବେଳେ ତେଲେଙ୍ଗାନାରେ ୧,୦୧୨ ରହିଛି। ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୮ରେ ପହଞ୍ଚିଛି, ଜମ୍ମୁ କାଶ୍ମୀରରେ ୫୮୧, କର୍ଣ୍ଣାଟକରେ ୫୩୫, କେରଳରେ ୪୯୫, ବିହାରରେ ୩୯୨ ଏବଂ ପଂଜାବରେ ଆକ୍ରାନ୍ତ ସଂଖ୍ୟା ୩୫୭ରେ ପହଞ୍ଚିଛି।



from Kanak News https://ift.tt/3f3QJTk https://ift.tt/3aflDEJ
ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩୩ ହଜାର ହେଲେଣି ଆକ୍ରାନ୍ତ, ମହାରାଷ୍ଟ୍ରର ସ୍ଥିତି ଜଟିଳ Kanak News ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩୩ ହଜାର ହେଲେଣି ଆକ୍ରାନ୍ତ, ମହାରାଷ୍ଟ୍ରର ସ୍ଥିତି ଜଟିଳ Kanak News Reviewed by SUBHENDU BARAL on April 30, 2020 Rating: 5

No comments:

Powered by Blogger.