ବଢିବ ତାତି : ଆଜି କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର ୩୦।୦୪: ଆଜି ରାଜ୍ୟର ଉତ୍ତର ଓ ଉପକୂଳ ଜିଲ୍ଲାଗୁଡିକରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଗୁରୁବାର ଉତ୍ତର-ଉପକୂଳରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ଦିନରେ ରାଜ୍ୟରେ ତାତି ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ସକାଳେ ପାଗ ଶୁଖିଲା ରହିବ । ଅପରାହ୍‌ଣରେ କାଳବୈଶାଖୀ ବର୍ଷା ହେବ ।

ଗୁରୁବାର ରାଜ୍ୟରେ ତାତି ଆହୁରି ବଢ଼ିବ । ବୁଧବାର ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ୍‌ ପହଞ୍ଚିଥିବା ବେଳେ ବଲାଙ୍ଗୀର ଓ ବୌଦ୍ଧରେ ୩୮ ଡିଗ୍ରୀ ସେଲସିୟସ ରହିଥିଲା । ଆସନ୍ତା ୪ରୁ ୫ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ଓ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ତାତି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅପରପକ୍ଷେ ବୁଧବାର କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ, କଟକ ଜିଲ୍ଲାର ବିରିବାଟି ସମେତ ରାଜ୍ୟର ବହୁ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା । ଚାନ୍ଦବାଲିରେ ସର୍ବାଧିକ ୩୨ ମିଲିମିଟର ବର୍ଷା ହୋଇଥିଲା । ଅନୁଗୁଳ ଜିଲ୍ଲାରେ ୯ ମିଲିମିଟର ହୋଇଥିବା ବେଳେ କଟକ ଓ ନୟାଗଡ଼ରେ ୮, କେନ୍ଦୁଝରରେ ୬ ଓ ଫୁଲବାଣୀରେ ୪ ମିଲିମିଟର ବର୍ଷା ହୋଇଛି ।



from Prameya News7 https://ift.tt/3aOUhWf
ବଢିବ ତାତି : ଆଜି କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ବଢିବ ତାତି : ଆଜି କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା Reviewed by SUBHENDU BARAL on April 29, 2020 Rating: 5

No comments:

Powered by Blogger.