ରାଉରକେଲା: ପୁରୀ-ହାତିଆ ତପସ୍ୱିନୀ ଏକ୍ସପ୍ରେସ୍ର ଇଞ୍ଜିନ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରେନ୍ଟି ପାଖାପାଖି ୬ ଘଣ୍ଟା ଅଟକିବା ପରେ ଛାଡ଼ିଛି। ପ୍ରଥମେ ଟ୍ରେନ୍ଟି ଅନୁଗୁଳରେ ୨ ଘଣ୍ଟା ଧରି ଅଟକି ରହିଥିଲା। ଏହାପରେ ସମ୍ବଲପୁର ଜିଲ୍ଲା ବାମୁର ଷ୍ଟେସନ୍ରେ ଟ୍ରେନ୍ଟି ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ଅଟକି ରହିଥିଲା।
ସବୁଠାରୁ ବଡ଼ କଥା ଏହି ଟ୍ରେନ୍ରେ ସାଂସଦ ଜୁଏଲ୍ ଓରାମ ଯାତ୍ରା କରୁଥିଲେ। ତାଙ୍କ ସହ RSSର କ୍ଷେତ୍ର ସଂପର୍କ ଅଧିକାରୀ ପ୍ରସନ୍ନ ମିଶ୍ର ମଧ୍ୟ ଥିଲେ।
ଟ୍ରେନ୍ ବିଳମ୍ଭରେ ଚାଲୁଥିବା ନେଇ ଜୁଏଲ୍ ଓରାମ୍ ଟ୍ୱିଟ୍ ଯୋଗେ ସୂଚନା ମଧ୍ୟ ଦେଇଥିଲେ। ତୁରନ୍ତ ଏନେଇ ରିଟ୍ୱିଟ୍ କରି ସହାୟତା ପାଇଁ ଜୁଏଲଙ୍କୁ ତଥ୍ୟ ମାଗିଥିଲା ଭାରତୀୟ ରେଳ ସେବା।
Tapswani Express at Bamur station stopping more than 3 hours. pic.twitter.com/WlQx2QXFHV
— Jual Oram (@jualoram) January 4, 2020
from OTV Khabar. https://ift.tt/2rY3Ku4
ଯାନ୍ତ୍ରିକ ତ୍ରୁଟି ଯୋଗୁ ୬ ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ୍ OTV KHABAR BUREAU
Reviewed by SUBHENDU BARAL
on
January 03, 2020
Rating:
No comments: