ବାଲିପାଟଣା ୩୧।୧: ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟିନଲେ ଦୁର୍ବୃତ୍ତ । ଏପରିକି ଲୁଟ୍ ସମୟରେ ମହିଳାଙ୍କୁ ଧକ୍କାମାରି ତଳେ ପକାଇଦେଇଥିଲେ ଲୁଟେରା । ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛି ପାହାଳ ପୋଲିସ ।
ସୂଚନାଯୋଗ୍ୟ ଯେ, ଗତକାଲି ଦିନ ୩ଟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅନ୍ତର୍ଗତ କଳିଙ୍ଗ ଛକ ନଖରା ଗ୍ରାମ ନିକଟରେ । ଆକ୍ରମଣ ଏବଂ ଲୁଟ୍ ର ଶିକାର ହୋଇଛନ୍ତି ଶିକ୍ଷୟିତ୍ରୀ ପୁଷ୍ପବତୀ ମହାପାତ୍ର । ଶିକ୍ଷୟିତ୍ରୀ ଜଣଙ୍କ ଏକୁଟିଆ ଫୁନଲଖରା-ନିଆଳି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଦୁଇଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ସୁଯୋଗ ଦେଖି ଜଣେ ଲୁଟେରା ମହିଳାଙ୍କ ବେକର ସୁନା ଚେନ୍ ଛିଣ୍ଡାଇନେବା ସହ ମହିଳାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲା । ଅନ୍ୟ ଜଣେ ଲୁଟେରା ବାଇକ୍ ରେ ଆସିବା ପରେ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଲୁଟ୍ ସମୟର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ମହିଳାଙ୍କ ପକ୍ଷରୁ ପାହଳ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
from Prameya News7 https://ift.tt/316XX2r
No comments: