ଲମତାପୁଟ ୩୧।୧: ସ୍କର୍ପିଓ ଗାଡିରୁ ୫୧ ଲକ୍ଷ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧର୍ମେନ୍ଦ୍ର ଗୁପ୍ତା ଗିରଫ । ଗତ ୨୨ ତାରିଖରେ ମାଛକୁଣ୍ଡ ପୋଲିସ ଏବଂ ଲମତାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନ କଡ୍ରି ଗ୍ରାମ ନିକଟରେ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ । ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ମାହିନ୍ଦ୍ରା ସ୍କର୍ପିଓ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ୫୧ଲକ୍ଷ ୧୬ହଜାର ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଥିଲେ । ଏହି ଜବତ ଟଙ୍କା ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳକୁ କିଛି ଗଞ୍ଜେଇ କିଣିବା ପାଇଁ ଯାଉଥିବା ସୂଚନା ଦେଇଥିଲା ପୋଲିସ । ସଙ୍ଗେ ସଙ୍ଗେ ୨୪ ତାରିଖରେ ଆଉ ଦୁଇ ଅଭଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।
ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରେସମିଟ କରି କହିଛନ୍ତି ଯେ, ଏହି ଘଟଣାରେ ମାଛକୁଣ୍ଡ ପୋଲିସ ୫୧ଲକ୍ଷ ୧୬ହଜାର ଟଙ୍କା ସହ ଗାଡିକୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଥିଲା । ପରବର୍ତ୍ତି ସମୟରେ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ଅଭିଯୁକ୍ତଙ୍କୁ ପଚରାଉଚରା ପରେ ବହୁ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସକୁ ସଫଳ ମିଳିଛି । ନବରଙ୍ଗପୁର କସାଗୁମୁଡା ଧର୍ମେନ୍ଦ୍ର ଗୁପ୍ତାଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରହିଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବହୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି । ଏହି ଅପରାଧିକ କଳା କାରନାମାର ଚେର ଝାରଖଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ସୂଚନା ଦେଇଛି ।
from Prameya News7 https://ift.tt/3185hLf
No comments: