କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀ ସମେତ ପୁରା ଉତ୍ତର ଭାରତ ଥଣ୍ଡାରେ ଥରୁଛି । ଦିଲ୍ଲୀରେ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । କୋହଲା ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଶନିବାର ସକାଳେ ଦିଲ୍ଲୀର ତାପମାତ୍ରା ୧.୭ ଡିଗ୍ରୀ ସେଲିସିଅସକୁ ଖସି ଆସି ଏପର୍ଯ୍ୟନ୍ତ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ଆଗାମୀ ଦୁଇ ଦିନ ଧରି ଜାତୀୟ ରାଜଧାନୀ ଅଞ୍ଚଳରେ ଖୁବ୍ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇ ଦେଇଥିଲା ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ସକାଳ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଥିଲା ୧.୭ ଡିଗ୍ରୀ ସେଲିସିଅସ୍ । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟତା ମଧ୍ୟ ୧୫୦ ମିଟରରୁ କମ୍ ଥିଲା । ଡିସେମ୍ବର ୨୯ ତାରିଖ ଯାଏଁ ଦିଲ୍ଲୀରେ ହେମାଳିଆ ଦିନ ଓ ଶୀତ ଲହରୀ ଲାଗି ରହିବ । ଏହାପରେ ଦିନର ତାପମାତ୍ରା ବଢ଼ିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି ।
from Kanak News https://ift.tt/2Q3L4Cs https://ift.tt/2rzOROm
ଥଣ୍ଡାରେ ରାଜଧାନୀ ଦିଲ୍ଲୀର ରେକର୍ଡ଼ : ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୧.୭ ଡିଗ୍ରୀ ସେଲସିଅସ୍ Kanak News
Reviewed by SUBHENDU BARAL
on
December 27, 2019
Rating:
No comments: