ଓଡ଼ିଶାରେ ହାଡ଼ଭଙ୍ଗା ଜାଡ଼ : ୧୦ଡିଗ୍ରୀ ତଳେ ୯ଟି ସହରର ତାପମାତ୍ର,ସୋନପୁରରେ ସର୍ବନିମ୍ନ ୪ ଡିଗ୍ରୀ Kanak News

କନକ ବ୍ୟୁରୋ : ଜାଡରେ ଥରୁଛି ଓଡିଶା । ରାଜ୍ୟରେ ପ୍ରବଳ ହୋଇଛି ଶୀତ ଲହରୀ । ଆଂଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୯ ଡିଗ୍ରୀ ତଳେ ରହିଛି । ସୋନପୁର ସହରେ ସର୍ବନିମ୍ନ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝର- ୫.୬,ଝାରସୁଗୁଡ଼ା ୫.୮, ଦାରିଙ୍ଗବାଡ଼ି ଏବଂ ଟିଟିଲାଗଡ଼ରେ ୭ ଡିଗ୍ରୀ ରେକର୍ଡ କରାଯାଇଛି । ସମ୍ବଲପୁର- ୭.୪,ବାଲେଶ୍ୱର-୭.୬, କଟକ-୯.୬ଏବଂ ହୀରାକୁଦ-୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା ଅନୁସାରେ ଆଗାମୀ ଦୁଇ ଦିନଯାଏଁ ଶୀତ ଲହରି ଜାରି ରହିବ ।

ଏପଟେ ରାଜ୍ୟରେ ପ୍ରବଳ ଶୀତ ଲହରିକୁ ଦୃଷ୍ଟିରେ ରଖି ଓଡିଶା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୨୮ ଓ ୨୯ ତାରିଖ ୨ଦିନ ଧରି ରାଜ୍ୟରେ ପ୍ରବଳ ଶୀତଲହରି ଅନୁଭୁତ ହେବ । ଏହି ସମୟରେ ତାପମାତ୍ରା ୪ଡିଗ୍ରିରୁ ୬ ଡିଗ୍ରୀ ଯାଏଁ ଖସିବାର ଆକଳନ କରାଯାଇଛି । ବିଶେଷ କରି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ତାପମାତ୍ରା ୪ରୁ ୬ଡିଗ୍ରୀ ଯାଏଁ ଖସିବାର ସମ୍ଭାବନା ରହିଛି । ସେହିପରି ଉତର ଓଡିଶାର ଜିଲ୍ଲା ଗୁଡିକ ସମେତ କନ୍ଧମାଳ, ପୁରୀ, ଖୋର୍ଦ୍ଧା, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ କୁହୁଡି ଦେଖିବାକୁ ମିଳିପାରେ । ଏସବୁ ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସତକ ର୍ସୂଚନା ଜାରି କରାଯାଇଛି । ବାସହରା ଲୋକମାନେ ରାତ୍ରୀ ସମୟରେ ଆଶ୍ରୟସ୍ଥଳୀରେ ବିଶ୍ରାମ ନେବାକୁ ଏଥିରେ ପରାମର୍ଶ ଦିଆଯାଇଛି । ସେହିପରି ଭୀଷଣ ôଶୀତ ହେଉଥିବା ସମୟରେ ଘରୁ ନବାହାରିବା ସହିତ ବୟସ୍କ ଓ ଶିଶୁମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାପାଇଁ କୁହାଯାଇଛି । ଶୀତ ଯୋଗୁଁ ଅସୁସ୍ଥ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସୂଚନା ଦିଆଯାଇଛି । ଏହା ସହିତ ଶୀତ ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଟିଭି, ରେଡିଓ ଓ ସମ୍ବାଦପତ୍ରରେ ଦିଆଯାଉଥିବା ସୂଚନାକୁ ଧ୍ୟାନ ଦେବାପାଇଁ କୁହାଯାଇଛି ।

ସେପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କ୍ରମାଗତ ଭାବରେ ତାପମାତ୍ର କମିବାରେ ଲାଗିଛି । ପ୍ରବଳ ଶୀତ ସାଙ୍ଗକୁ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଗାଡ଼ିମଟର ଚଳାଚଳ ଏକ ପ୍ରକାର ପ୍ରଭାବିତ ହୋଇଛି । ତେବେ ଏସବୁ ଭିତରେ ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଦାରିଙ୍ଗବାଡ଼ିର ଶୀତ ନେଇ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ସନ୍ତୋଷ ଦାସ ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ରାତିରେ କୁଚିଣ୍ଡା ଅଂଚଳରେ ବରଫ ପାତ ଓ ଭୋରରେ କାକର ପଡୁଥିବା ଦେଖିବାକୁ ମିଳିଛି । ଅସହ୍ୟ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ସାଧରଣ ଜନଜୀବନ । ସକାଳ ୮ଟା ଯାଏଁ ଥଣ୍ଡା ସହ ଶୀତୁଆ ଲହରି ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । କୁଚିଣ୍ଡା ଅଂଚଳରେ ଚଳିତ ବର୍ଷ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।



from Kanak News https://ift.tt/363JdmH https://ift.tt/35JOvDy
ଓଡ଼ିଶାରେ ହାଡ଼ଭଙ୍ଗା ଜାଡ଼ : ୧୦ଡିଗ୍ରୀ ତଳେ ୯ଟି ସହରର ତାପମାତ୍ର,ସୋନପୁରରେ ସର୍ବନିମ୍ନ ୪ ଡିଗ୍ରୀ Kanak News ଓଡ଼ିଶାରେ ହାଡ଼ଭଙ୍ଗା ଜାଡ଼ : ୧୦ଡିଗ୍ରୀ ତଳେ ୯ଟି ସହରର ତାପମାତ୍ର,ସୋନପୁରରେ ସର୍ବନିମ୍ନ ୪ ଡିଗ୍ରୀ Kanak News Reviewed by SUBHENDU BARAL on December 27, 2019 Rating: 5

No comments:

Powered by Blogger.