ନୂଆଦିଲ୍ଲୀ: ଆପଣ SBI ଏଟିଏମ୍ କାର୍ଡ ବ୍ୟବହାର କରୁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର। କାହିଁକି ନା SBI, ଏଟିଏମ୍ରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ଆଣିଛି। ଜାନୁଆରୀ ୧ରୁ ଏହି ନୂଆ ନିୟମ ଲାଗୁ ହେବ। SBI, OTP ଆଧାରିତ ATMରୁ ଟଙ୍କା ଉଠାଣ ବ୍ୟବସ୍ଥା ଲଞ୍ଚ୍ କରିଛି।
ନୂଆ ନିୟମ ଅନୁସାରେ, ଆପଣଙ୍କୁ ୱାନ୍ ଟାଇମ୍ ପାସ୍ୱାର୍ଡ (OTP) ମାଧ୍ୟମରେ ATMରୁ କ୍ୟାସ୍ ଉଠାଇବାର ସୁବିଧା ମିଳିବ। ଆପଣ ଟଙ୍କା ଉଠାଇବା ପାଇଁ ATM ମେସିନ୍ରେ ATM କାର୍ଡ ଭର୍ତ୍ତି କରିବା ପରେ ଆପଣଙ୍କର ରେଜିଷ୍ଟର୍ ମୋବାଇଲ୍ ନମ୍ବରକୁ ଏକ OTP ଯିବ। ଏହାପରେ ଏହି OTP ଦେଲା ପରେ ଆପଣ ଟଙ୍କା ଉଠାଇ ପାରିବେ।
ଏହି ନୂଆ ନିୟମ ୨୦୨୦ ମସିହା, ଜାନୁଆରୀ ୧ରୁ ଲାଗୁ ହେବ। ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଆପଣ ଟଙ୍କା ଉଠାଇ ପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଯେଉଁମାନେ ୧୦ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ।
Introducing the OTP-based cash withdrawal system to help protect you from unauthorized transactions at ATMs. This new safeguard system will be applicable from 1st Jan, 2020 across all SBI ATMs. To know more: https://t.co/nIyw5dsYZq#SBI #ATM #Transactions #SafeWithdrawals #Cash pic.twitter.com/YHoDrl0DTe
— State Bank of India (@TheOfficialSBI) December 26, 2019
ଯଦି ଜଣେ SBI ଗ୍ରାହକ ଅନ୍ୟ ବ୍ୟାଙ୍କ୍ ଏଟିଏମ୍ରୁ ଟ୍ରାନ୍ଜାକ୍ସନ୍ କରୁଛନ୍ତି ତେବେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଜଣାପଡ଼ିଛି।
from OTV Khabar. https://ift.tt/2Q1Gx36
No comments: