୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରର ତାପମାତ୍ରା; ସୋନପୁର ସବୁଠୁ ଥଣ୍ଡା ସହର OTV KHABAR BUREAU

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି। ସେଠାରେ ସର୍ବନିମ୍ନ ୪ ଡିଗ୍ରୀ ତାପମାତ୍ରା ରହିଛି।

ସେହିପରି କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ଟିଟିଲାଗଡ଼ ଓ ଦାରିଙ୍ଗିବାଡ଼ିରେ ୭, ସମ୍ବଲପୁରରେ ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦରେ ୯.୮ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରୀ ରହିଛି।

ତେବେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ୨ ଦିନ ହେବ ପାରଦ ହଠାତ୍ ଖସିଛି। କୋଇଡା ଓ ଟେନସା ଅଞ୍ଚଳର କିଛି ସ୍ଥାନରେ ବରଫପାତ ହୋଇଥିବା ସୂଚନା ମିଳିଛି। ବାହାରେ ଥିବା ଗାଡ଼ି ଗୁଡ଼ିକ ଉପରି ଭାଗରେ ଜମି ରହିଛି ବରଫ ଆସ୍ତରଣ।



from OTV Khabar. https://ift.tt/39lA6je
୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରର ତାପମାତ୍ରା; ସୋନପୁର ସବୁଠୁ ଥଣ୍ଡା ସହର OTV KHABAR BUREAU ୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରର ତାପମାତ୍ରା; ସୋନପୁର ସବୁଠୁ ଥଣ୍ଡା ସହର OTV KHABAR BUREAU Reviewed by SUBHENDU BARAL on December 27, 2019 Rating: 5

No comments:

Powered by Blogger.