ଭଂଜନଗର ଘୁମୁସର ବନଖଣ୍ଡ ଅଂଚଳରେ ମାତିଛି ବାଘ । ଜନବସତି ଅଂଚଳରେ ମିଳିଲା ପାଦ ଚିହ୍ନ , ମାରଣାସ୍ତ୍ର ଧରି ରାତି ସାରା ଅନିଦ୍ରା ରହି ବାଘ ଖୋଜୁଛନ୍ତି ଲୋକେ Kanak News

କନକ ବ୍ୟୁରୋ : ଭଂଜନଗର ଘୁମୁସର ବନଖଣ୍ଡ ଅଂଚଳରେ ବାଘ ଆତଙ୍କ । ବନାଂଚଳରେ ବାଘର ପାଦଚିହ୍ନ ଦେଖିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେପଟେ ଜଗନ୍ନାଥ ପ୍ରସାଦ ରେଜଂ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ୭ଟି ଛେଳିକୁ ବାଘ ମାରିଦେଇଛି । ଚାରିଟି ଛେଳିର ମୃତଦେହ ମିଳିଥିବା ବେଳେ ୩ଟି ଛେଳିର ଖୋଜଖବର ନାହିଁ । ଏହି ଦୁଇଟି ଦୃଶ୍ୟକୁ ଦେଖିବା ପରେ ଲୋକଙ୍କ ଛାତିରେ ଛନକା, ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗାଁ ଲୋକେ ଠେଙ୍ଗା ବାଡି ଧରି ରାତି ଅଧରେ ମଶାଳ ଜାଳି ଗାଁରେ ପହଂରା ଦେଉଛନ୍ତି । ଏଥିସହ ବାଘ ଖୋଜିବାକୁ ଗାଁର ସାହାସୀ ଯୁବକମାନେ ମଶାଲ ଠେଙ୍ଗାବାଡି ଅସ୍ତ୍ରଶସ୍ତ୍ରଧରି ଆଖପାଖ ଅଂଚଳରେ ଖୋଜାଖୋଜି କରିଛନ୍ତି ।

image courtesy – pixabay.com

ବାଘ ବୁଲୁଛି, ବାଘ ଖାଇଦେବ ବାସ ଏହି ଆଶଙ୍କାରେ ଲୋକଙ୍କ ନିଦ ହଜିଯାଇଛି । ଏବେ ବାଘ ଭୟରେ  ଲୋକେ ଘରୁ ବାହାରୁନଥିବା ବେଳେ ପାଠପଢିବା ପାଇଁ ପିଲାମାନଙ୍କୁ ସ୍କୁଲ ଛଡା ଯାଉନାହିଁ । ସେପଟେ ବାଘର ପାଦଚିହ୍ନ ମିଳିବା ପରେ ଟିକେ ସତର୍କ ହୋଇଛି ବନବିଭାଗ । ଜଙ୍ଗଲରେ କ୍ୟାମେରା ଲଗାଇ ବାଘର ଗିତିବିଧି ଉପମରେ ନଜର ରଖାଯିବ ବୋଲି କହିଛନ୍ତି ରେଂଜର । ବନ ବିଭାଗର ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ଉତର ବନଖଣ୍ଡ ଅଂଚଳରେ ଥିଲେ ୧୭ଟି କଲରାପତରିଆ ବାଘ ।



from Kanak News https://ift.tt/2qrxT3I https://ift.tt/2qstbmo
ଭଂଜନଗର ଘୁମୁସର ବନଖଣ୍ଡ ଅଂଚଳରେ ମାତିଛି ବାଘ । ଜନବସତି ଅଂଚଳରେ ମିଳିଲା ପାଦ ଚିହ୍ନ , ମାରଣାସ୍ତ୍ର ଧରି ରାତି ସାରା ଅନିଦ୍ରା ରହି ବାଘ ଖୋଜୁଛନ୍ତି ଲୋକେ Kanak News ଭଂଜନଗର ଘୁମୁସର ବନଖଣ୍ଡ ଅଂଚଳରେ ମାତିଛି ବାଘ । ଜନବସତି ଅଂଚଳରେ ମିଳିଲା ପାଦ ଚିହ୍ନ , ମାରଣାସ୍ତ୍ର ଧରି ରାତି ସାରା ଅନିଦ୍ରା ରହି ବାଘ ଖୋଜୁଛନ୍ତି ଲୋକେ Kanak News Reviewed by SUBHENDU BARAL on November 06, 2019 Rating: 5

No comments:

Powered by Blogger.