ଭୁବନେଶ୍ବର ୬।୧୧: ଓଡିଶା ଛୁଇଁବନି ସାମୁଦ୍ରିକ ଝଡ଼ । ଓଡିଶାରେ ବାତ୍ୟାର ପ୍ରଭାବ ସେତେ ଅଧିକ ପଡିବନି । କେବଳ ଉପକୂଳ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ସାରା ରାଜ୍ୟରେ ବାତ୍ୟାକୁ ନେଇ ନାନା ମାତ୍ରାଧିକ ଚର୍ଚ୍ଚା ହେଉଥିବାରୁ ଲୋକଙ୍କୁ ଭୟଭୀତ ନ ହେବା ଲାଗି ସରକାର ପରାମର୍ଶ ଦେଇଛନ୍ତି ।
ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଅନୁସାରେ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପନେଇଛି । ପାରାଦୀପଠାରୁ ଏହା ୯୦୦ କିଲୋମିଟର ଦୂରରେ ରହିଛି । ଆଜି ସୁଦ୍ଧା ଏହା ସାଇକ୍ଲୋନ୍ ବା ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ । ଓଡିଶା ଉପରେ ବାତ୍ୟାର ସେତେ ଅଧିକ ପ୍ରଭାବ ପଡିବନି ।
ଏହାର ପ୍ରଭାବରେ ୯ରୁ ୧୧ ତାରିଖ ମଧ୍ୟରେ ଉପକୂଳ ଓଡିଶା ସମେତ ଅଳ୍ପ କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ୪୦ରୁ ୬୦ କିମି ବେଗରେ ରହିବ ତେବେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।
ବାତ୍ୟା ଓଡିଶା ନଛୁଇଁଲେ ବି ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୯ ତାରିଖ ଠାରୁ ବର୍ଷା ହେବାକୁ ଥିବାରୁ ଏସଆରସି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା, ଓ ମାଲକାନଗିରି ଆଦି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି । ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ନଥିବାରୁ ବାତ୍ୟାକୁ ନେଇ ଭୟଭୀତ ହେବାର ନାହିଁ ।
from Prameya News7 https://ift.tt/2WJgwrg
No comments: