ଭୁଲି ଯାଆନ୍ତୁ ପାଣି ବୋତଲ ! ଏବେ ଟ୍ରେନରେ ପାଣି ବୋତଲ ମିଳିବ କି ନାହିଁ ସନ୍ଦେହ , କିଛି ଏଭଳି ଉପାୟରେ ଯାତ୍ରୀଙ୍କୁ ପାଣି ଯୋଗାଇବାର ଯୋଜନା କରୁଛି ରେଳବାଇ ।  Kanak News

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ସରକାରଙ୍କ ପକ୍ଷରୁ ଜନତାଙ୍କୁ କୁହାଯାଇଥିଲା ଯେ ସେମାନେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକର ଯେଭଳି ବ୍ୟବହାର ନ କରନ୍ତୁ । ବର୍ତ୍ତମାନ ଏ ଉପରେ ସମ୍ପୁର୍ଣ୍ଣ ରୁପେ ରୋକ୍ ନ ଲଗାଯାଇଥିଲେ ମଧ୍ୟ ପରିବେଶ ପାଇଁ ଏହା ଜହର ଭଳି କାମ କରୁଛି । ଏହି ମାମଲାରେ ଭାରତୀୟ ରେଳରେ କ୍ୟାଟରିଙ୍ଗ୍ ର ସୁବିଧା ଦେଉଥିବା କମ୍ପାନୀ ଆଇଆରସିଟିସି ଏକ ବଡ଼ ପଦକ୍ଷେପ ଉଠାଇଛି । ଆଇଆରସିଟିସି ଟ୍ରେନରେ “ରେଳ ନିର” ନାମକ ବ୍ରାଣ୍ଡର ପାଣି ବିକ୍ରି କରିଥାଏ । ବର୍ତ୍ତମାନ ଆଇଆରସିଟିସି “ରେଳ ନିର” ବୋତଲକୁ ପ୍ୟାକେଜିଙ୍ଗ୍ ବାୟୋଡିଗ୍ରେଡେବଲ୍ ମାଟେରିଆଲ୍ ରେ ବିକ୍ରି କରିବ । ଆଇଆରସିଟିସି ପକ୍ଷରୁ ଟ୍ୱିଟ୍ କରି ଏହି ଖବରର ସୂଚନା ଦିଆଯାଇଛି । ପ୍ରଥମେ ପ୍ରାଇଭେଟ୍ ପ୍ରୋଜେକ୍ଟରେ ଏହାକୁ ଲକ୍ଷ୍ନୌ-ନୂଆ ଦିଲ୍ଲୀ-ଲକ୍ଷ୍ନୌ ରୁଟ୍ ରେ ଆରମ୍ଭ କରାଯିବ ।

ରେଳବାଇରେ “ରେଳ ନିର” ପାଣି ବୋତଲରୁ ପାଖାପାଖି ୧୭୬ କୋଟି ଟଙ୍କା ବାର୍ଷିକ ରୋଜଗାର ହୋଇଥାଏ । ରେଲୱେର ମୋଟ ଆୟରେ “ରେଳ ନିର” ର ୭.୮ ପ୍ରତିଶତ ଅଂଶ ଥାଏ । ଏଥିପାଇଁ ରେଲୱେ ପାଖରେ ଦେଶରେ ୧୦ ଟି ପ୍ଲାଣ୍ଟ୍ ଅଛି । ଯାହାର କ୍ଷମତା ୧୦.୯ ଲକ୍ଷ ଲିଟର ପ୍ରତିଦିନ ରହିଛି । ଖୁବଶୀଘ୍ର ରେଲୱେ ୬ ଟି ନୂଆ ପ୍ଲାଣ୍ଟ୍ ଲଗାଇବା ପାଇଁ ଚେଷ୍ଟା କରୁଛି । ଏତଦ୍ ବ୍ୟତୀତ “ରେଳ ନିର” ର ୪ ଟି ନୂଆ ପ୍ଲାଣ୍ଟ୍ ୨୦୨୧ ରେ ପ୍ରସ୍ତୁତି ପାଇଁ ବୋର୍ଡ ମଞ୍ଜୁରୀ ଦେଇଦେଇଛି ।



from Kanak News https://ift.tt/2Iticz0 https://ift.tt/31PYi9l

ଭୁଲି ଯାଆନ୍ତୁ ପାଣି ବୋତଲ ! ଏବେ ଟ୍ରେନରେ ପାଣି ବୋତଲ ମିଳିବ କି ନାହିଁ ସନ୍ଦେହ , କିଛି ଏଭଳି ଉପାୟରେ ଯାତ୍ରୀଙ୍କୁ ପାଣି ଯୋଗାଇବାର ଯୋଜନା କରୁଛି ରେଳବାଇ ।  Kanak News ଭୁଲି ଯାଆନ୍ତୁ ପାଣି ବୋତଲ ! ଏବେ ଟ୍ରେନରେ ପାଣି ବୋତଲ ମିଳିବ କି ନାହିଁ ସନ୍ଦେହ , କିଛି ଏଭଳି ଉପାୟରେ ଯାତ୍ରୀଙ୍କୁ ପାଣି ଯୋଗାଇବାର ଯୋଜନା କରୁଛି ରେଳବାଇ ।  Kanak News Reviewed by SUBHENDU BARAL on October 05, 2019 Rating: 5

No comments:

Powered by Blogger.