ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା : ପଡିଲା ବଳି, ରକ୍ତ ରଞ୍ଜିତ ହେଲା ରାସ୍ତାଘାଟ

ଭବାନୀପାଟଣା ୬।୧୦: ପୁଣି ରକ୍ତ ରଞ୍ଜିତ ହେଲା ଭବାନୀପାଟଣା ଓ ଥୁଆମୁଳ-ରାମପୁରର ରାଜରାସ୍ତା । ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ପଡିଲା ପଶୁ ଓ ପକ୍ଷୀ ବଳି । କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଭବାନୀପାଟଣାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଅଷ୍ଟମୀ ମଧ୍ୟରାତ୍ର ଗୁପ୍ତ ସନ୍ଧି ପୂଜା ପରେ ନବମୀ ପ୍ରତଃ ରୁ ଭବାନୀପାଟଣା ସହରର ଉପକଣ୍ଠ ଜେନାଖାଲ ରୁ ମା’ଙ୍କ ଛତର ମୁଳ ଆସ୍ଥାନ ମାଣିକେଶ୍ବରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି ।

ପରମ୍ପରା ଆନୁଯାୟୀ ଭବାନୀପାଟଣା, ଯୁଗସାଏପାଟଣା ତଥା ଥୁଆମୁଳ-ରାମପୁର ସ୍ଥିତ ମା’ ମାଣିକେଶ୍ବରୀ ପୀଠ ଶ୍ରଦ୍ଧାଳୁ ସାର୍ବଜନୀନ ବଳି ପ୍ରଥା ପାଳନ କରିଛନ୍ତି । ଥୁଆମୁଳ-ରାମପୁରର ରାଜରାସ୍ତା ପଶୁ ଓ ପକ୍ଷୀର ରକ୍ତରେ ରକ୍ତ ରଞ୍ଜିତ ହୋଇଛି ।

ଭବାନୀପାଟଣାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟି କୋଣରୁ ଆଇନ ଶୃଙ୍ଖଳା ପାଇଁ ଏସପିଙ୍କ ନେତୃତ୍ବରେ ୫ଜଣ ଡିଏସପି, ୧୭ଜଣ ଇନ୍ସପେକ୍ଟର, ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।



from Prameya News7 https://ift.tt/2LMKiHA
ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା : ପଡିଲା ବଳି, ରକ୍ତ ରଞ୍ଜିତ ହେଲା ରାସ୍ତାଘାଟ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା : ପଡିଲା ବଳି, ରକ୍ତ ରଞ୍ଜିତ ହେଲା ରାସ୍ତାଘାଟ Reviewed by SUBHENDU BARAL on October 05, 2019 Rating: 5

No comments:

Powered by Blogger.