ଆଜି ପବିତ୍ର ବିଜୟାଦଶମୀ ! ସିଂହବାହିନୀ ଦେବୀ ଦୂର୍ଗାଙ୍କ ଉପାସନାରେ ସାରା ଜଗତ , ଜାଣନ୍ତୁ ମାତାଙ୍କ ପୌରାଣିକ ଗାଥା ସମ୍ବନ୍ଧରେ କିଛି … Kanak News
ଆଦି ସତ୍ୟଯୁଗର ରାଜା ଦକ୍ଷଙ୍କ ପୁତ୍ରୀ ମାତା ପାର୍ବତୀଙ୍କୁ ସତୀ ବୋଲି କୁହାଯାଉଥିଲା । ଦ୍ୱିତୀୟ ଜନ୍ମରେ ପର୍ବତରାଜ ଅର୍ଥାତ୍ ହିମାଳୟ ପର୍ବତଙ୍କ ପୁତ୍ରୀ ହୋଇଥିବାରୁ ମାତାଙ୍କ ନାଁ ପାର୍ବତୀ ରହିଥିଲା । ପ୍ରଜାପତି ଦକ୍ଷଙ୍କ ପୁତ୍ରୀ ସତୀ ଶିବଙ୍କ ପ୍ରେମରେ ବିଭୋର ଥିବାରୁ ତାଙ୍କ ନାଁ ପରେ ଶକ୍ତି ହୋଇଥିଲା । ପିତାଙ୍କ ଅନିଚ୍ଛା ସତ୍ତେ୍ୱ ମଧ୍ୟ ସେ କୈଳାସ ନିବାସୀ ଯୋଗୀ ମହାଦେବଙ୍କୁ ବିବାହ କରିଥିଲେ ।
ଏକଦା ପିତାଙ୍କ ଭବନରେ ଜଜ୍ଞର ଆୟୋଜନ ହୋଇଥିଲା । ଯେଉଁଥିରେ ମାତା ସତୀ ଏବଂ ଭୋଳାନାଥଙ୍କୁ ଜଜ୍ଞରେ ନିମନ୍ତ୍ରଣ ହୋଇନଥିଲା । କିନ୍ତୁ ଯଜ୍ଞରେ ସାମିଲ ହେବା ପାଇଁ ମାତା ସତୀ ମହାଦେବଙ୍କ ପାଖରେ ଅଡି ବସିଲେ । ମହାଦେବ ଏଥିପାଇଁ ବାରଣ କରିବାରୁ ମାତା ଏକାକୀ ହିଁ ଯଜ୍ଞକୁ ଚାଲିଗଲେ । ଅହଙ୍କାରରେ ବୁଡିଥିବା ରାଜା ଦକ୍ଷ ମାତା ସତୀଙ୍କୁ ଅପମାନଜନକ ବାକ୍ୟ କହି ସେଠାରୁ ଚାଲିଯିବାକୁ ଆଦେଶ ଦେଇଥିଲେ । ପିତାଙ୍କ ଠାରୁ କୁବାକ୍ୟ ଶୁଣି ମାତା ସହ୍ୟ କରିପାରିଲେ ନାହିଁ ଏବଂ ଜଜ୍ଞକୁଣ୍ଡରେ ନିଜ ପ୍ରାଣଆହୁତି ଦେଲେ । ଏଭଳି ଖବର ଶୁଣି ମହାଦେବଙ୍କ କ୍ରୋଧର ଅଗ୍ନି ପ୍ରଜ୍ୱଳିତ ହେଲା । ମହାଦେବ ନିଜ ସେନାପତି ବିରଭଦ୍ରଙ୍କୁ ପଠାଇ ରାଜାଦକ୍ଷଙ୍କ ମସ୍ତକ ଛେଦନ କରିଥିଲେ ଏବଂ ମାତାଙ୍କ ଦଗ୍ଧ ଶରୀରକୁ ଧରି ତ୍ରିଲୋକ ପାଗଳଙ୍କ ଭଳି ବୁଲିବାକୁ ଲାଗିଥିଲେ । ଏହି ସମୟରେ ମାତାଙ୍କ ଶରୀରରୁ ଆଭୂଷଣ ଏବଂ ଅଙ୍ଗ ଝଡି ପୃଥିବୀ ପୃଷ୍ଠରେ ପଡିଲା । ଯେଉଁ ଯେଉଁ ସ୍ଥାନରେ ମାତାଙ୍କ ଶରୀର ଖଣ୍ଡ ପଡିଲା ସେଠାରେ ଦେବୀଙ୍କ ଶକ୍ତିପୀଠ ସ୍ଥାପନ କରାଗଲା ।
ମାତାଙ୍କ ରୂପ : ମା’ଙ୍କ ଗୋଟିଏ ହାତରେ ଖଡଗ ଏବଂ ଅନ୍ୟ ହାତରେ କମଳର ଫୁଲ ରହିଛି । ରକ୍ତାମ୍ବର ବସ୍ତ୍ର , ମସ୍କକରେ ମୁକୁଟ,ସିରରେ ଶ୍ୱେତରଙ୍ଗର ଅର୍ଦ୍ଧଚନ୍ଦ୍ରର ତିଲକ ଏବଂ ଗଳାରେ ମଣି-ମୋତିର ହାର । ମାତାଙ୍କ ବାହନ ସିଂହ ।
from Kanak News https://ift.tt/2LUw2fT https://ift.tt/31WIotM
No comments: