ଶହ ଶହ ରୋଗୀଙ୍କ ଜୀବନ ପ୍ରତି ବିପଦ : ବିନା ଅଗ୍ନିଶମ କ୍ଲିୟରାନ୍ସରେ ବର୍ଷ ବର୍ଷ ଧରି ଚାଲିଛି ବୁର୍ଲାର ଅଧିକାଂଶ ନର୍ସିଂହୋମ୍, ସବୁ ଜାଣି ଶୁଣି ସ୍ୱାସ୍ଥ୍ୟ ବିଭାଗ ଚୁପ୍ Kanak News

କନକ ବ୍ୟୁରୋ : ସମ୍ବଲପୁର ତଥା ବୁର୍ଲାର ଅଧିକାଂଶ ନର୍ସିଂହୋମ୍‌‌ର ବିନା ଅଗ୍ନିଶମ କ୍ଲିୟରାନ୍ସରେ ବର୍ଷ ବର୍ଷ ଧରି ଚାଲି ଆସୁଛି । ଶହ ଶହ ରୋଗୀ ଏହିସବୁ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏହି ସ୍ଥାନଗୁଡ଼ିକ ସୁରକ୍ଷିତ ନା ନାହିଁ ତାହା ରୋଗୀ କି ସେମାନଙ୍କ ସମ୍ପର୍କୀୟଙ୍କୁ ଜଣାନାହିଁ । ନର୍ସିଂହୋମ୍‌ଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଅତ୍ୟନ୍ତ ସଂକୀର୍ଣ୍ଣ । ଏଭଳି ସ୍ଥିତିରେ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ ଘଟିଲେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଗାଡ଼ି ବି ପହଞ୍ଚିବା ମୁସ୍କିଲ ହୋଇ ପଡ଼ିବ । ଯଦି ଭୁବନେଶ୍ବର ସମ୍‌ ହସ୍ପିଟାଲ ଭଳି ଅଗ୍ନିକାଣ୍ଡ ଘଟେ ତେବେ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଭଗବାନ ଭରସା ।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ ଉଭୟ ଅଗ୍ନିଶମ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ଚୁପ୍‌ ରହୁଛି । ବୁର୍ଲାର ୟୁଥ ଏଗେନ୍‌ଷ୍ଟ୍‌ କରପସନ୍‌ର ପ୍ରଭାସ ପୃଷେଠ ଅଗ୍ନିଶମ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି । ଏନେଇ ଅଗ୍ନିଶମ ଅଧିକାରୀ ଲୋକେଶ୍ବର ପଟେଲଙ୍କୁ ଯୋଗାଯୋଗ କରାଯିବାରେ ବୁର୍ଲାର ନର୍ସିଂହୋମ୍‌ଗୁଡ଼ିକର ଫାୟାର କ୍ଲିୟରାନ୍ସ ନଥିବା କଥାକୁ ସ୍ବୀକାର କରିଥି‌ଲେ। ଗତ ୪ ମାସ ତଳେ ଅଗ୍ନିଶମ ବିଭାଗ ବିଭିନ୍ନ ନର୍ସିଂହୋମ୍‌ରେ ଚଢ଼ଉ କରି ୯ଟିକୁ ନୋଟିସ୍‌ ମଧ୍ୟ ଜାରି କରିଥିଲା । କିନ୍ତୁ ଏହା ପରଠାରୁ ଅଗ୍ନିଶମ ବିଭାଗର ନିୟମ ପରିବର୍ତ୍ତନ ହେବା ପରେ ନର୍ସିଂହୋମ୍‌ଗୁଡ଼ିକ ଉପରେ ଆଉ କୌଣସି ପଦକ୍ଷେପ ନିଆଯାଇପାରି ନଥିବା ସେ କହିଥିଲେ ।

ସମ୍ବଲପୁର ଜିଲ୍ଲାରେ ଛୋଟ ବଡ଼ ହୋଇ ପ୍ରାୟ ୭୦ଟି ଘରୋଇ ନର୍ସିଂହୋମ୍‌ ରହିଛି । ହାତ ଗଣତି କେଇଟିକୁ ଛାଡ଼ି ଦେଲେ ବାକି ସବୁ ନର୍ସିଂହୋମ୍‌ ବିନା ଅଗ୍ନିଶମ କ୍ଲିୟରାନ୍ସରେ ଚାଲିଛି । ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍‌ ମୁତାବକ, ନର୍ସିଂହୋମ୍‌ ଚାଲିବା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ରହିବା ଜରୁରି । ଏହାସାଙ୍ଗକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ରାସ୍ତା, ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର, ଆଲାର୍ମ ବ୍ୟବସ୍ଥା ଆଦି ଅନେକ ନିୟମ ରହିଛି । କିନ୍ତୁ ସବୁ ନିୟମର ଜଳାଞ୍ଜଳି ଦେଇ ନର୍ସିଂ ହୋମ୍‌ଗୁଡ଼ିକ ବେଧଡ଼କ ଚାଲିଛି । ସ୍ବାସ୍ଥ୍ୟ ବିଭାଗ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା କଥା । ହେଲେ ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ଓ ଅଗ୍ନିଶମ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ।



from Kanak News https://ift.tt/35eVrc9 https://ift.tt/2p3UsL4
ଶହ ଶହ ରୋଗୀଙ୍କ ଜୀବନ ପ୍ରତି ବିପଦ : ବିନା ଅଗ୍ନିଶମ କ୍ଲିୟରାନ୍ସରେ ବର୍ଷ ବର୍ଷ ଧରି ଚାଲିଛି ବୁର୍ଲାର ଅଧିକାଂଶ ନର୍ସିଂହୋମ୍, ସବୁ ଜାଣି ଶୁଣି ସ୍ୱାସ୍ଥ୍ୟ ବିଭାଗ ଚୁପ୍ Kanak News ଶହ ଶହ ରୋଗୀଙ୍କ ଜୀବନ ପ୍ରତି ବିପଦ : ବିନା ଅଗ୍ନିଶମ କ୍ଲିୟରାନ୍ସରେ ବର୍ଷ ବର୍ଷ ଧରି ଚାଲିଛି ବୁର୍ଲାର ଅଧିକାଂଶ ନର୍ସିଂହୋମ୍, ସବୁ ଜାଣି ଶୁଣି ସ୍ୱାସ୍ଥ୍ୟ ବିଭାଗ ଚୁପ୍ Kanak News Reviewed by SUBHENDU BARAL on October 08, 2019 Rating: 5

No comments:

Powered by Blogger.