କନକ ବ୍ୟୁରୋ: ଜମ୍ମୁକାଶ୍ମୀରର ଗନ୍ଦେରୱାଲ ଜଙ୍ଗଲରେ ସେନାର ବିଶାଳ ତଲାସୀ ଅଭିଯାନ । ଶତାଧିକ ପାକିସ୍ତାନୀ ଆତଙ୍କବାଦୀ ଗନ୍ଦେରୱାଲ ଲୁଚିଥିବା ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଛି । ଏହି ପାହାଡିଆ ଅଂଚଳରେ ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ପାଇଁ ନିୟୋଜିତ ହୋଇଛନ୍ତି ପ୍ରାୟ ୩ ହଜାର ଯବାନ । ସ୍ୱତନ୍ତ୍ର କମାଣ୍ଡୋ ବାହିନୀ ମଧ୍ୟ ସେଠାକୁ ହେଲିକପ୍ଟରରେ ଯାଇଛନ୍ତି । ସର୍ଚ୍ଚ ଅରେସନରେ ସାମିଲ ହୋଇଛନ୍ତି ସେନା, ସିଆରପିଏଫ, ସ୍ଥାନୀୟ ପୁଲିସ ଓ ଏଲଇଟି କମାଣ୍ଡୋ । ତ୍ରାଲ ସହରରେ ପଶିବା ପାଇଁ ଜୈଶ ଓ ଲସ୍କର ୨ଟି ବଡ ଆତଙ୍କବାଦୀ ଦଳ ଗନ୍ଦେରୱାଲ ଜଙ୍ଗଲ ଦେଇ ଆସୁଥିବା ଗୁଇନ୍ଦା ସୂଚନା ମିଳିଛି । ରବିବାର ସକାଳରୁ ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅଫରେସନରେ ଆହୁରି ଅଧିକ ଯବାନ ସାମିଲ ହେବେ ବୋଲି ସୂଚନା ମିଳିଛି ।
କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ କାଶ୍ମୀରରେ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ ଚଳାଇଛି । ଦକ୍ଷିଣ କାଶ୍ମୀରରେ ବଡ ଆକ୍ରମଣ ପାଇଁ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ ତୋଇବା ଆତଙ୍କବାଦୀ ସଂଗଠନ ଷଡଯନ୍ତ୍ର କରିଛନ୍ତି । ତେଣୁ ଗନ୍ଦେରୱାଲ ଜଙ୍ଗଲରେ ଚାଲିଥିବା ଅପରେସନ ଉପରେ ସମସ୍ତଙ୍କ ନଜର ରହିଛି ।
ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁକାଶ୍ମୀର ଘାଟିରେ ଏବେ ୨ଶହରୁ ୩ଶହ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୀମାରେ ଫାଇରିଙ୍ଗର ସାହାରା ନେଇ ପାକିସ୍ତାନ ଆଉ କିଛି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଯୋଜନାରେ ରହିଛି । ଜାମ୍ମୁକାଶ୍ମୀରର ଡିଜିପି ଦିଲବାଗ ସିଂ ରବିବାର ଏହି ଚାଂଚଲ୍ୟକର ସୂଚନା ଦେଇଛନ୍ତି । ରବିବାର ପୁଂଛ ଜିଲ୍ଲା ଗସ୍ତ ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଶୀତ ଆରମ୍ଭ ହେବା ପୂର୍ବରୁ ଅଧିକରୁ ଅଧିକ ଆତଙ୍କବାଦୀ ଘାଟିକୁ ପଠାଇବା ପାଇଁ ଚେଷ୍ଟା ଚଳାଇଛି ପାକିସ୍ତାନ । ଆଉ ଏଥିପାଇଁ ସୀମାରେ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । କେବଳ କାଶ୍ମୀର ନୁହେଁ, ଜମ୍ମୁର ବିଭିନ୍ନ ସେକ୍ଟର ଉପରେ ଗୁଳି ଓ ମୋର୍ଟାର ମାଡ କରୁଛନ୍ତି ପାକିସ୍ତାନୀ ରେଞ୍ଜର୍ସର୍ । ଆମର ଏଂଟ୍ରି ଇନଫ୍ଲିଟ୍ରେସନ ଗ୍ରେଡ ବହୁତ ମଜବୁତ ଓ ବହୁ ଅନୁପ୍ରବେଶ ଉଦ୍ୟମକୁ ସଫଳତାର ସହ ଧ୍ୱସ୍ତ କରିଛି । ଏହାସତ୍ୱେ ଶତାଧିକ ଆତଙ୍କବାଦୀ କାଶ୍ମୀରରେ ପଶି ଆସିଥିବା କହିଛନ୍ତି ଜାମ୍ମୁକାଶ୍ମୀର ପୁଲିସ ଡିଜି ଦିଲବାଗ ସିଂ ।
from Kanak News https://ift.tt/31R5HoB https://ift.tt/30RIi5h
No comments: