ଫେସବୁକରେ ପାଟଣା ବିଧାୟକଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ । ବଲାଙ୍ଗିର ବସଷ୍ଟାଣ୍ଡରୁ ଅଭିଯୁକ୍ତକୁ କାବୁକଲା ପୁଲିସ । Kanak News
କନକ ବ୍ୟୁରୋ: ବିଧାୟକଙ୍କ ନାମରେ ଫେସବୁକରେ ଜାଲ ଆକାଉଣ୍ଟ ଖୋଲି ମୋବାଇଲ ଠକେଇ ଉଦ୍ୟମ କରି ବନ୍ଧାହେଲେ ଯୁବକ । ପାଟଣାଗଡ ଏମଏଲଏ ସରୋଜ ମେହେରଙ୍କ ନାମରେ ଜାଲ ଫେସବୁକ ଆଇଡି ଖୋଲିଥିବା ଯୁବକକୁ ବାଲାଙ୍ଗିର ବସଷ୍ଟାଣ୍ଡରୁ ଗିରଫ କଲା ପୁଲିସ । ଗିରଫ ଯୁବକ ହେଉଛି ବଲାଙ୍ଗିର ବରପାଲିପଡାର ଲୋପନ ମିଶ୍ର ।
ବିଧାୟକ ସରୋଜଙ୍କ ନାମରେ ଲୋପନ ଫେସବୁକରେ ଏକ ଫେକ ଆଇଡି ଖୋଲିଥିଲା । ପାଟଣାଗଡର ଦଶମତୀ ମୋବାଇଲ ଦୋକାନର ମାଲିକକୁ ମେସେଞ୍ଜରରେ ଏକ ମୋବାଇଲ ପଠାଇବାକୁ ମେସେଜ କରିଥିଲା । ଭୁବନେଶ୍ୱରରେ ଏକ ମିଟିଂକୁ ଯାଉଛି, ଫେରିଲେ ମୋବାଇଲ ଟଙ୍କା ଦେଇ ଦେବି ବୋଲି ବିଧାୟକଙ୍କ ନାମରେ ଖୋଲାଯାଇଥିବା ଫେକ ଆଇଡିର ମେସେଞ୍ଜରରେ ମେସେଜ ଦେଇଥିଲା । ପ୍ରଥମେ ବସରେ ବରଗଡ ଓ ପରେ ବଲାଙ୍ଗିର ପଠାଇବାକୁ କହିବାରୁ ମୋବାଇଲ ଦୋକାନୀଙ୍କ ମନରେ ସନ୍ଦେହ ହୋଇଥିଲା । ଏନେଇ ସେ ବିଧାୟକ ସରୋଜ ମହେରେଙ୍କୁ ଭେଟି ଜଣାଇବାରୁ ତାହା ଫେକ୍ ଆଇଡି ବୋଲି ଜଣାପଡିଥିଲା । ଏନେଇ ପୁଲିସକୁ ଜଣାଇବା ପରେ ବିଧାୟକଙ୍କ ନାମେର ଫେକ ଆଇଡି ଖୋଲିଥିବା ଠକକୁ ଗିରଫ କରିବାକୁ ଯୋଜନା ହୋଇଥିଲା । ପୁଲିସ ଯୋଜନା ଅନୁସାରେ ପାଟଣାଗଡରୁ ବାବାଶଙ୍କର ବସରେ ମୋବାଇଲ ପଠାଯାଇଥିଲା । ବଲାଙ୍ଗିର ବସଷ୍ଟାଣ୍ଡରେ ପୁଲିସ ଛକି ବସିଥିଲା । ଲୋପନ ବସ ଉପରେ ଚଢି ମୋବାଇଲ ମାଗିବାରୁ ବସ ଉପରେ ତାକୁ କାବୁ କରିନେଇଥିଲା ପୁଲିସ । ଏବେ ଲୋପନ ମିଶ୍ରଙ୍କୁ ପାଟଣାଗଡ ନେଇ ପୁଲିସ ପଚରା ଉଚରା କରୁଛି ।
from Kanak News https://ift.tt/2IsQlim https://ift.tt/30XVkOQ
No comments: