ବିଜେପୁର ଉପନିର୍ବାଚନ : ଆଜି କଂଗ୍ରେସ କର୍ମୀଙ୍କୁ ମନ୍ତ୍ର ଫୁଙ୍କିବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ

ବରଗଡ଼ ୩/୧୦: ନାମାଙ୍କନ  ଶେଷ ପରେ   ଆଜି  କଂଗ୍ରେସ କର୍ମୀଙ୍କ କାନରେ ମନ୍ତ୍ର  ଫୁଙ୍କିବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ । ବିଜେପୁର ଉପନିର୍ବାଚନରେ କଂଗ୍ରେସ ବିପର୍ଯ୍ୟୟରୁ ବିଜୟ ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛି । ସେଥିପାଇଁ ଆଜି  ବିଜେପୁରରେ ଦିନ ୧୧ଟା ବେଳେ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଛି ।

ଏହି କର୍ମୀ ସମ୍ମିଳନୀରେ ବୁଥ୍ ସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାମାନେ ଯୋଗ ଦେବେ । ଏହି ବୈଠକରେ କଂଗ୍ରେସ କଣ ରଣନୀତି କରିବ, କେମିତି ପ୍ରଚାର କରିବ ସେ ନେଇ ଆଲୋଚନା ହେବ । ଏପରିକି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ନେଇ ନେତାଙ୍କ ଭିତରେ ଥିବା ଅସନ୍ତୋଷ ଦୂର କରିବାକୁ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।



from Prameya News7 https://ift.tt/2oDqDAY
ବିଜେପୁର ଉପନିର୍ବାଚନ : ଆଜି କଂଗ୍ରେସ କର୍ମୀଙ୍କୁ ମନ୍ତ୍ର ଫୁଙ୍କିବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ବିଜେପୁର ଉପନିର୍ବାଚନ : ଆଜି କଂଗ୍ରେସ କର୍ମୀଙ୍କୁ ମନ୍ତ୍ର ଫୁଙ୍କିବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ Reviewed by SUBHENDU BARAL on October 02, 2019 Rating: 5

No comments:

Powered by Blogger.