କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଠିକ୍ ସମୟରେ ଲୋକ ବାଛିବେ ଉତ୍ତରାଧିକାରୀ Kanak News

କନକ ବ୍ୟୁରୋ: କିଏ ହେବ ନବୀନଙ୍କ ଉତ୍ତରାଧିକାରୀ? ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଠିକ୍ ସମୟରେ ଲୋକ ଉତ୍ତରାଧିକାରୀ ବାଛିବେ । ଏଥିସହ ନିର୍ବାର୍ଚନ ଜିତିବା ପଛରେ ତାଙ୍କ ଟିମକୁ ଶ୍ରେୟ ଦେଇଛନ୍ତି ନବୀନ । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ନବୀନ କହିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ସେ ଫିଟ ରହିବା ପାଇଁ ପ୍ରତିଦିନ ଅଳ୍ପ ଖାଦ୍ୟ ସହ ବ୍ୟାୟାମ କରୁଛନ୍ତି ।

ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲରେ ସମ୍ପାଦକ ପ୍ରଭୁ ଚାଓଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ମନକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟ ଅପରିହାର୍ଯ୍ୟ । ସାହିତ୍ୟର ଆବଶ୍ୟକତା ସହ ଅନେକ ପଥିତଯଶା ସାହିତ୍ୟିକଙ୍କୁ ମନେ ପକାଇଥିଲେ ନବୀନ । ସାରଳା ମହାଭାରତ ଓଡିଆ ସାହିତ୍ୟର ପରିବର୍ତ୍ତନର ବାହକ । ନିଜ ଅଭିଭାଷଣରେ ନାରୀ ଶିକ୍ଷା କଥା ଉଠାଇ ଫକୀରମୋହନ ସେନାପତିଙ୍କ କଥା କହିଥିଲେ ନବୀନ । ତେବେ ମଞ୍ଚରେ ପ୍ରଭୁ ଚାଓଲାଙ୍କ ବିଭିନ୍ନ ପ୍ରଶ୍ନରେ ଉତ୍ତର ରଖିଥିଲେ ନବୀନ । ନିଜ ସରକାରର ସଫଳତାର ମନ୍ତ୍ର କହିଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ପାଇଁ କାମ କରୁଥିବାରୁ ଆଉ ଲୋକଙ୍କ ସହ ଜଡିତ ଥିବାରୁ ଆମେ ଲୋକଙ୍କ ଭରସା ଜିତି ସରକାର ଗଢୁଛୁ । ଏହା କୌଣସି ମ୍ୟାଜିକ ନୁହେଁ ବରଂ ଭଲ ଟିମ ୱାର୍କ ପାଇଁ ସମ୍ଭବ ହେଉଛି ବୋଲି ଉତ୍ତର ରଖିଥିଲେ ନବୀନ ।

ତେବେ ସବୁ କାର୍ଯ୍ୟରେ କେନ୍ଦ୍ର ସହ ଆମେ ସମନ୍ୱୟ ରଖିବାରେ ବିଶ୍ୱାସ କରୁ । ଏହା ସହ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ ନବୀନ । ନବୀନ ଓଡିଶାର ବିରାଟ କୋହଲି ? ଚାଓଲାଙ୍କ ପ୍ରଶ୍ନରେ ଉତ୍ତର ରଖି ନବୀନ କହିଥିଲେ ମୁଁ ବିରାଟଙ୍କ ବଡ ଫ୍ୟାନ । ତେବେ ନିଜ ବ୍ୟାୟାମ ସମ୍ପର୍କରେ ମତ ରଖିଥିଲେ ନବୀନ । ସେ କମ ଖାଆନ୍ତି ଆଉ ଦିନକୁ ୨ ଥର ବ୍ୟାୟାମ କରନ୍ତି ବୋଲି କହିଥିଲେ ।



from Kanak News https://ift.tt/34Y2TZ3 https://ift.tt/30bWSsK
କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଠିକ୍ ସମୟରେ ଲୋକ ବାଛିବେ ଉତ୍ତରାଧିକାରୀ Kanak News କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଠିକ୍ ସମୟରେ ଲୋକ ବାଛିବେ ଉତ୍ତରାଧିକାରୀ Kanak News Reviewed by SUBHENDU BARAL on September 22, 2019 Rating: 5

No comments:

Powered by Blogger.