ଭୁବନେଶ୍ବର ୭/୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେଉଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ବର୍ଷା ହେବ । ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ବଲାଙ୍ଗିର, ଗଞ୍ଜାମ, ନୂଆପଡା, ସୋନପୁର, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାଛଡା କୋରାପୁଟ, କଳାହଣ୍ଡି, କନ୍ଧମାଳ, ଗଜପତି, ନୟାଗଡ,କେନ୍ଦ୍ରାପଡା, ଉଦ୍ରକ, ଢେଙ୍କାନାଳ,ବରଗଡ, ସମ୍ବଲପୁର ଆଦି ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ଦିଆଯାଇଛି। ଆସନ୍ତା ୨ ଦିନ ଯାଏ ସମୁଦ୍ର ଅଶାନ୍ତ ରହିବ । ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବ । ତେଣୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
from Prameya News7 https://ift.tt/34sKsLI
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା : ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ
Reviewed by SUBHENDU BARAL
on
September 06, 2019
Rating:
No comments: